www.samajalive.in
Monday, December 8, 2025
13.1 C
Bhubaneswar

ମାଁ ଜାର୍ଗୀସରୁ ବଞ୍ଜାରୀ ବୁଡି ଠାକୁରାଣୀ ଦେବୀଙ୍କ ପର୍ବତ ପୂଜା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତଗତ ପାହିରାଜୁ ପଞ୍ଚାୟତର ପାହିରାଜୁ ଗାଁର ଅଧିଷ୍ଠାତ୍ରୀ ଦେବୀ ମାଁ ଜାର୍ଗୀସରୁ ବଞ୍ଜାରୀ ବୁଡି ଦେବୀଙ୍କ ଐତିହାସିକ ପ୍ରସିଦ୍ଧ ଆଦିବାସୀ ମାଁ ଜାର୍ଗୀସରୁ ପୂଜା ଆରମ୍ଭ ହୋଇଛି। ଅନେକ ବର୍ଷରୁ ପୂର୍ବପୁରୁଷଙ୍କ ଆବାହନ କାଳରୁ ଏହି ଗାଁରେ ଏହି ଜାର୍ଗୀସରୁ ପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ଏହି ପୂଜା ଅନୁଷ୍ଠିତ ହୋଇଛି। ଗାଁରେ ରହୁଥିବା ହରିଜନ ସମ୍ପ୍ରଦାୟର ୩୦ ପରିବାର ଏବଂ ଗାଁର ସମସ୍ତ ଗ୍ରାମ ବାସି ମିଳିତ ଭାବେ ମାଁ ବଞ୍ଜାରୀ ବୁଡି ଠାକୁରାଣୀକୁ ପୂଜା କରି ଆସୁଛନ୍ତି। ପାହିରାଜୁର ସମସ୍ତ ସମ୍ପ୍ରଦାୟର ମିଳିମିଶି ମାଁ ଜାର୍ଗୀସରୁ ଦେବୀଙ୍କ ପୂଜା କରିଆସୁଥିବାରୁ ଏହିପୂଜା ସାରା ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories