ଶ୍ରୀ ବିଦ୍ୟାବାଟିକାରେ ମାତୃପିତୃ ପୂଜନ ଦିବସ ପାଳିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଶ୍ରୀ ବିଦ୍ୟାବାଟିକା ଶିକ୍ଷାୟତନ ପକ୍ଷରୁ ମାତୃ ଓ ପିତୃ ପୂଜନ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଅନିଲ ଚାୱଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିକ୍ଷୟତ୍ରୀ ନିବେଦିତା ସାହୁ, ବନଶ୍ରୀ ବେହେରା, ନଳିନୀପ୍ରଭା ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଠାରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପିତାମାତା ଉପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀ ମାନେ ନିଜ ପିତାମାତାଙ୍କ ପାଦ ଧୋଇ ସେମାନଙ୍କ ମୁଣ୍ଡରେ ଚନ୍ଦନ ତିଳକ ଦେଇ ପୂଜା କରିଥିଲେ।

Comments are closed.