ରାମନାଗୁଡା: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ସାଂସଦ ଜୁଏଲ ଓରାମ ଭର୍ଚୁଆଲ ମାଧ୍ୟମରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଏହି ଶିଳାନ୍ୟାସ ପର୍ବ ପ୍ରରିପେକ୍ଷୀରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଦ୍ଵାରା ଆଦିବାସୀ ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ କରିପାରିବେ ବୋଲି କହିଥିଲେ। ଏହି ବିଦ୍ୟାଳୟର ନିର୍ମାଣ କାର୍ୟ୍ୟ ବ୍ୟୟ ଅଟକଳ ୩୯ କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ୧୬ ମାସ ମଧ୍ୟରେ ଶେଷ ହେବ ଏବଂ ଏଠାରେ ଦୁଇଟି ଛାତ୍ରାବାସ ମଧ୍ୟ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେବା ସହ ଏଠାରେ ୪୮୦ ଜଣ ପିଲାଙ୍କୁ ନିଃଶୁଳ୍କ ପାଠ ପଢ଼ିବାର ସୁଯୋଗ ମିଳିବ ବୋଲି ସେ ମତ ରଖିଥିଲେ।
Popular Categories



