www.samajalive.in
Monday, December 8, 2025
27.1 C
Bhubaneswar

ଛତିଶଗଡ଼ରୁ ନିଖୋଜ ଥିବା ବ୍ୟକ୍ତି ଅତାବିରାରୁ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଗ୍ୟାସ ସିଲିଣ୍ଡର ଚୋରି ରେକେଟ ପର୍ଦାଫାସ ସମୟରେ ବରଗଡ଼ ଜିଲ୍ଲା ଅତାବିରା ପୋଲିସ ଛତିଶଗଡ଼ ରାଜ୍ୟର ଜଣେ ନିଖୋଜ ଥିବା ଖବର ପାଇଥିଲେ। ସେହି ବ୍ୟକ୍ତିକୁ ଉଦ୍ଧାର କରି ତାର ପରିବାରବର୍ଗକୁ ହସ୍ତାନ୍ତର କରିଛି। ସୂଚନାଯୋଗ୍ୟ ଯେ ଅତାବିରା ବ୍ଳକ ସିଲେଟ ପଞ୍ଚାୟତ ବାଟିମୁଣ୍ଡା ଅଞ୍ଚଳରେ ଜଣେ ମାନସିକ ରୋଗୀ ଗ୍ରାମ ଭିତରକୁ ପ୍ରବେଶ କରି ଏପଟ ସେପଟ ହୋଇ ବୁଲଥିବାର ଖବର ଅତାବିରା ପୋଲିସ ପାଖରେ ପହଞ୍ଚି ଥିଲା। ଖବର ପାଇ ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଫଟୋ ଉତ୍ତୋଳନ କରି ହୀରାକୁଦ ବନ୍ଧ ନିକଟସ୍ଥ ଜିରୋ ପଏଣ୍ଟ ପାଖରୁ ଉଦ୍ଧାର କରି ପଚରା ଉଚରା କରାଯାଥିଲା। ସେ ଖଣ୍ଡେ ପ୍ୟାଣ୍ଟ ଓ ଗୋଟିଏ ଜ୍ୟାକେଟ ପିନ୍ଧିଥିଲା ଓ ଛତିଶଗଡି ଭାଷାରେ ଅସ୍ପଷ୍ଟ ଭାବେ କଥାବାର୍ତ୍ତା କରୁଥିଲା। ପରେ ଖବର ପାଇ ଖର୍ସିଆ ଥାନା ମଦନପୁର ଗ୍ରାମର ଜ୍ଞାନ ବଂଜାରୀ ଅତାବିରା ପୋଲିସ ଷ୍ଟେସନରେ ପହଞ୍ଚି ନିଖୋଜ ଥିବା ନିଜର ବାପା ରାଜେନ ବଂଜାରୀ (୫୨)କୁ ପାଇ ଖୁସିରେ ପାଛୋଟି ପକାଇଥିଲା। ସେ ଆଜକୁ ୪୫ ଦିନ ହେଲା ଘରକୁ ଆସୁନଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories