ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ କନିଷି ଗ୍ରାମର ରଘୁନାଥ ମନ୍ଦିର ପରିସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁର ୟୁନିଟ ଆନୁକୁଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କନିଷି ଗ୍ରାମର ୧୦୦ରୁ ଉର୍ଦ୍ଧ୍ବ ମହିଳା, ବୃଦ୍ଧ, ଗ୍ରାମବାସୀଙ୍କ ଆଖି ସ୍କ୍ରିନ ଟେଷ୍ଟ କରାଯାଇଥିଲା। ୨୫ ଜଣ ପାଖାପାଖି ପରଳ ବା ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଚିହ୍ନଟ କରାଯାଇଥିଲା। ସେଥି ମଧ୍ୟରୁ ଆଜି ଗ୍ରାମର ୧୦ ଜଣ ଅସ୍ତ୍ରୋପଚାର ନିମନ୍ତେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ଯାଇଥିବା ବେଳେ ଅନ୍ୟ ମାନେ ପର୍ଯ୍ୟାୟ କ୍ରମେ ଚିକିତ୍ସା ନିମନ୍ତେ ଯିବେ ବୋଲି ଜଣାପଡିଛି।

Comments are closed.