www.samajalive.in
Wednesday, December 10, 2025
26.1 C
Bhubaneswar

ନକଲି ସାର୍ଟିଫିକେଟ, ହିନ୍ଦୀ ଶିକ୍ଷକଙ୍କ ନାମରେ ଥାନାରେ ମାମଲା

ଗୋପାଳପୁର: ନକଲି ସାର୍ଟିଫିକେଟରେ ଚାକିରି କରୁଥିବା ଜଣେ ହିନ୍ଦୀ ଶିକ୍ଷକ ବିରୋଧରେ ଶିକ୍ଷା ବିଭାଗ ପକ୍ଷରୁ ଗୋଳନ୍ଥରା ଥାନାରେ ଏତଲା ଦିଆଯାଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଭାବେ ବିନୋଦ ବିହାରୀ ଜେନା ଚାକିରି କରି ଆସୁଥିଲେ। ଏହା ପୂର୍ବରୁ ସେ କେଁଉଝର ଜିଲ୍ଲା ଆନନ୍ଦପୁର ଥାନା ସୁଲଣା ଗ୍ରାମର ତାଙ୍କର ପ୍ରାରମ୍ଭିକ ନିଯୁକ୍ତି ହୋଇଥିଲା। ନିଯୁକ୍ତି ସମୟରେ ସେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଓଡିଶା, କଟକ ଦ୍ଵାରା ଜାରି ହିନ୍ଦୀ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରିଥିଲେ। ଏହା ମଧ୍ୟରେ ତାଙ୍କର ସାର୍ଟିଫିକେଟର ସତ୍ୟତା ସମ୍ପର୍କରେ ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡକୁ ଅବଗତ କରାଯାଇଥିଲା। ଯାଞ୍ଚ ପରେ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା। ଏହା ନେଇ ଶ୍ରୀ ଜେନାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ୧୫ ଦିନିଆ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଶ୍ରୀ ଜେନାଙ୍କ ପକ୍ଷରୁ କୌଣସି ଉତ୍ତର ଦାଖଲ କରାଯାଇ ନାହିଁ। ଏଣୁ ବ୍ରହ୍ମପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ଅନୁସାରେ ପୁରୁଣାପାଟଣା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋକୁଳକ୍ରିଷ୍ଣା ପଣ୍ଡାଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ବିନୋଦଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories