www.samajalive.in
Wednesday, December 10, 2025
26.1 C
Bhubaneswar

ଆଠଗଡ଼ ମହୋତ୍ସବ ଉଦଯାପିତ

ଆଠଗଡ଼: ଆଠଗଡରେ ଗତ ୬ ଦିନ ଧରି ମିନି ବାଲିଯାତ୍ରାର ଭ୍ରମ ସୃଷ୍ଟି କରିଥିବା ଆଠଗଡ଼ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି। ମହୋତ୍ସବ କମିଟିର ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ଯଅତିଥି ଭାବେ ଆଠଗଡ଼ ବ୍ଲକ ଅଧ୍ୟକ୍ଷା ମିନତି ଆଚାର୍ଯ୍ୟ, ମୁଖ୍ଯବକ୍ତା ରୂପେ ବିଶିଷ୍ଟ ସାହ୍ୟିତିକ ଡଃ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ନଗରପାଳ ସସ୍ମିତା ରାଉତ, ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ମିନତୀ ଗାଗରାଇ, ପୂର୍ବତନ ନଗରପାଳ ରମେଶ ଚନ୍ଦ୍ର ଘଡ଼େଇ, ପ୍ରମୁଖ ଯୋଗ ଦେଇଥିଲେ। ଆଠଗଡ ମାଟି କଳା, ସଂସ୍କୃତି ଓ ସାହିତ୍ୟର ସାଧନାର ପୁଣ୍ୟଭୂମି ଏବଂ ଏଠାରେ ସାଧନା କରି ବହୁ କଳାକାର ଓ ସାହିତ୍ୟିକ ସିଦ୍ଧି ଲାଭ କରି ଦେଶ ବିଦେଶରେ ଆଠଗଡ ପାଇଁ ଗୌରବ ଆଣିଛନ୍ତି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଏହି ଅଵସର ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଵ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରା ଯାଇଥିଲା। ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ। ଆଠଗଡ଼ର ବିଭିନ୍ନ ସାଂସ୍କୃତିକ ତଥା ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଗତ ପାଞ୍ଚ ଦିନ ଧରି ଚାଲିଥିବା ଏହି ମହୋତ୍ସବ ରେ ମୀନା ବଜାର ଦୋଳି ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ସହିତ ରକମ ରକମର ଖାଦ୍ୟପେୟ ର ଆସର ଜମିଥିଲା। ଶେଷ ଦିନ ବୁଧବାର ଥିବାରୁ ଆମିଷ ଏବଂ ଫାଷ୍ଟ ଫୁଡ୍ ଷ୍ଟଲ୍ ଗୁଡ଼ିକ ରେ ଭିଡ ପରିଲକ୍ଷିତ ହୋଇଥିଲା। ଆଜିର ଅନ୍ତିମ ସନ୍ଧ୍ୟାରେ ବିଖ୍ୟାତ କଣ୍ଠଶିଳ୍ପୀ ସୁବାସ ଦାଶ ଏବଂ ସାଥୀ ମାନଙ୍କ ଦ୍ଵାରା ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ପାର୍ଥସାରଥି ପଟ୍ଟନାୟକ, ଯଶୋବନ୍ତ ବାରିକ, ନବକିଶୋର ରାଉତ, ଶଶଧର ମହାରଣା, ଜ୍ଞାନପ୍ରକାଶ ଧଳସାମନ୍ତ, ବିପ୍ଳବ ଦାସ, ଗୁରୁଦତ୍ତ ନାୟକ, ସଂଜୟ ମହାନ୍ତି, ପ୍ରକାଶ ରାଉତ ପ୍ରମୁଖଙ୍କ ସମେତ ଅନ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories