www.samajalive.in
Wednesday, December 10, 2025
26.1 C
Bhubaneswar

ପଞ୍ଚାୟତ ସମସ୍ୟା ନେଇ ଦାବି ଜଣାଇଲେ ବ୍ରହ୍ମପୁର ସାଂସଦ

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୋଳାବନ୍ଧ ସ୍ଥିତ ସାମରିକ ବାହିନୀ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ସହ ବାଡ଼ ନିର୍ମାଣ ଯୋଗୁଁ ସ୍ଥାନୀୟ ଜନସାଧାରଣ ହଇରାଣ ହେଉଥିବା ନେଇ ବ୍ରହ୍ମପୁର ସାଂସଦକୁ ଅବଗତ କରାଇଥିଲେ। ଏହି କ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ ଦିଲ୍ଲୀ ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ଭେଟି ଦାବି ଜଣାଇବା ସହ ଆଲୋଚନା କରିଛନ୍ତି। ଗ୍ରାମବାସୀ ମାନେ ସାମରିକ ବିଭାଗ ପକ୍ଷରୁ ଜାରି ରହିଥିବା ପ୍ରଶସ୍ତିକରଣ କାମ ଯୋଗୁଁ ସେମାନଙ୍କ ପାଇଁ ଉପଯୋଗୀ ହେଉଥିବା ରାସ୍ତା, ମନ୍ଦିର, ପୋଖରୀ ଓ ଶ୍ମଶାନକୁ ଯିବା ଆସିବାରେ ସାଧାରଣ ଲୋକଙ୍କୁ ନାନା ପ୍ରକାର ଅସୁବିଧା ଭୋଗିବାକୁ ପଡୁଥିବା ନେଇ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଏବଂ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଅଭିଯୋଗ କରି ସମାଧାନ ପାଇଁ ଅନୁରୋଧ କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories