ପାଟଣା: ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କମିଟି ଆହ୍ଵାନ କ୍ରମେ ଧାନମଣ୍ଡି ଚାଲ ଅଭିଯାନ ଅବସରରେ ଆଜି ରାଜ୍ୟ ସଭାପତି ମହେଶ୍ଵର ସାହୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ତତସହିତ ଧାନମଣ୍ଡିରେ ଉପସ୍ଥିତ ଚାଷୀ ମାନଙ୍କ ସହିତ ଧାନ କିଣା କାରବାର ବିଷୟରେ ପଚାରି ବୁଝିଥିଲେ। ଧାନମଣ୍ଡିରେ କୁଇଣ୍ଟାଲ ପ୍ରତି ୫ କିଲୋରୁ ୭ କିଲୋ ପର୍ଯ୍ୟନ୍ତ ଧାନ କଟନି ଛଟନି କରାଯାଉଥିବାର ଚାଷୀ ମାନେ ଅଭିଯୋଗ କରିଥିଲେ। ଚାଷୀ ମାନଙ୍କୁ ବସ୍ତା ଦିଆଯାଉନଥିବାର ମଧ୍ୟ ଚାଷୀ ମାନେ ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ। ଢେଙ୍କିକୋଟ ଧାନମଣ୍ଡିରେ ଚାଷୀ ମାନେ ବିଶ୍ରାମ ନେବାପାଇଁ ବିଶ୍ରାମ ଗୃହ ନଥିବା, ସ୍ଵଚ୍ଛ ପାଣି ପିଇବା ପାଇଁ ନଥିବା, ଶୌଚ ହେବା ପାଇଁ ପାଇଖାନା ନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଚାଷୀ ମାନେ ମଣ୍ଡିକୁ ଆଣୁଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଗୋଦାମ ଘର ଓ ପକାପିଣ୍ଡି ନଥିବାର ଦେଖିବାକୁ ମିଳିଥିଲା। ତତସହିତ ଧାନମଣ୍ଡିର ପକା ପାଚେରୀ ନଥିବା କାରଣରୁ ଗୋରୁଗାଇ ଛେଳି ଅବାଧରେ ପ୍ରବେଶ କରି ଧାନ ଖାଇ ଯାଉଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ଧାନର ଅଭାବୀ ବିକ୍ରି ଓ କଟନୀଛଟନୀକୁ ବନ୍ଦ କରିବା ସହିତ ଚାଷୀ ମାନଙ୍କୁ ବସ୍ତା ପଇସା ଦେବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଦାବୀ କରିଛନ୍ତି।
Popular Categories



