www.samajalive.in
Saturday, December 6, 2025
26.1 C
Bhubaneswar

୩୦୦ଶହ ବର୍ଷରୁ ଉର୍ଦ୍ଧ୍ୱ ଗଣପର୍ବ ବଳଦ ନାଚ

ସିମୁଳିଆ: ଧାନଚାଷ ଭଲ ଅମଳ ପାଇଁ ଓ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ପାଇଁ ମାନସିକ କରାଯାଇଥାଏ ମାଙ୍କ ନିକଟରେ ଓ ତାଙ୍କ ସମ୍ମୁଖରେ ହୋଇଥାଏ ବଳଦ ନାଚ ଆଉ ମିଳିଥାଏ ମାଙ୍କ ଆଶୀର୍ବାଦ। ଏମିତି ଏକ ନିଆରା ପାରମ୍ପରିକ ନୀତି ପାଳନ ହୋଇଥାଏ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ ଈଶ୍ୱରପୁର ପଂଚାୟତର ଚନ୍ଦ୍ରପଡ଼ା ଗ୍ରାମରେ। ଦଶହରା ଦିନ ଆରମ୍ଭ ହୋଇଥାଏ ବଳଦ ନାଚ। ଏହି ନିଆରା ବଳଦ ନାଚ ଦେଖିବାକୁ ଆଖପାଖର ପ୍ରାୟ ୧୫ କିମି ଦୂରରୁ ହଜାର ହଜାର ପୁରୁଷ ମହିଳା ପିଲାପିଲିଙ୍କୁ ଧରି ଏଠାରେ ସମବେତ ହୋଇଥାନ୍ତି। ଏହି ଗ୍ରାମର ମଧ୍ୟ ସ୍ଥଳୀରେ ପ୍ରାୟ ପାଞ୍ଚ ପୁରୁଷ ଧରି ଚାଲି ଆସିଛି ଏହି ବଳଦ ନାଚ ପରମ୍ପରା।

ପ୍ରତିବର୍ଷ ପାର୍ବଣରେ ଉତ୍ସବ ମୁଖର ହୋଇ ଉଠେ ଏହି ଐତିହାସିକ ପୀଠସ୍ଥଳୀ। ଗ୍ରାମବାସୀ ମିଳିତ ସହଯୋଗ ଓ ଆର୍ଥିକ ସହାୟତାରେ ପରମ୍ପରା ଅନୁଯାୟୀ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଗଡ଼ାଯିବା ସହିତ ଖୁବ ଧୁମଧାମରେ ମାଙ୍କ ଷୋଡଶ ଉପଚାର ପୂଜା ଷଷ୍ଟି ଠାରୁ ଦଶମୀ ପର୍ଯ୍ୟନ୍ତ ସମ୍ପାଦିତ ହୋଇଥାଏ। ଦଶହରା ଦିନ ଉପରଓଳି ଚନ୍ଦ୍ରାପଡ଼ା ଗ୍ରାମର ବିଭିନ୍ନ ସାହି ଓ ପାଖାପାଖି ସାହି ମାନଙ୍କରୁ ବିଭିନ୍ନ ପ୍ରକାର ବାଦ୍ୟ,ଲୋକନୃତ୍ୟ ସହିତ ବଳଦ ମାନଙ୍କୁ ବିଭିନ୍ନ ରୂପରେ ସାଜସଜ୍ଜା କରି ବିରାଟ ପଟୁଆରରେ ପ୍ରତିଯୋଗିତା ମୂଳକ ଭାବେ ଦେବୀଙ୍କ ନିକଟସ୍ଥ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥାନ୍ତି। ମାଙ୍କ ଆଶୀର୍ବାଦ ଭିକ୍ଷା କରି ସେହି ପଡ଼ିଆ ମଧ୍ୟରେ ପ୍ରାୟ ୧୫ରୁ ୨୦ଟି ସୁସଜ୍ଜିତ ବଳଦ ତାଙ୍କ ମୁନିବ ଦ୍ବାରା ବିଭିନ୍ନ ଭଙ୍ଗୀରେ ନାଚ କରାଇ ଥାନ୍ତି। ପଛକୁପଛ ଚାଲିଥିବା ଆକର୍ଷଣୀୟ ଏହି ବଳଦ ମାନଙ୍କୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଚାରି ପାଖରେ ରୁଣ୍ଡ ହୋଇ ରହିଥାନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories