www.samajalive.in
Sunday, December 14, 2025
26.1 C
Bhubaneswar

ରଣଜୀ ଟ୍ରଫି : ପ୍ରଥମ ଇନିଂସରେ ଓଡ଼ିଶା ୧୯୬ ରନ୍ ଆଗରେ

କଟକ : ଜମ୍ମୁକାଶ୍ମୀର ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ଦଳର ପ୍ରାଧାନ୍ୟ କ୍ରମାଗତ ୨ୟ ଦିନ ପାଇଁ ବଜାୟ ରହିଛି। ମ୍ୟାଚ୍‌ର ୨ ଦିନ ବିତି ଯାଇଥିଲେ ସୁଦ୍ଧା ଓଡ଼ିଶା ବହୁତ ଆଗରେ ରହିଛି। ଜମ୍ମୁର ଗାନ୍ଧୀ ମେମୋରିଆଲ ସାଇନ୍‌ସ କଲେଜ୍‌ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ‘ସି’ ମୁକାବିଲାର ପ୍ରଥମଦିନ​​‌ରେ ‌ର ଓଡ଼ିଶାର ପେସ୍ ବୋଲର ଚମତ୍କାର ବୋଲିଂକରି ଘରୋଇ ଦଳକୁ ମାତ୍ର ୧୨୭ ରନ୍‌ରେ ଅଲ୍ଆଉଟ କରିବା ପରେ ୨ୟ ଦିନରେ ବ୍ୟାଟ୍‌ସମ୍ୟାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଅଭିଷେକ ରାଉତ ଅପରାଜିତ ଶତକ ହାସଲ କରିଥିବା ବେଳେ ଅଭିଜ୍ଞ ଅନୁରାଗ ଷଡ଼ଙ୍ଗୀ ଓ ନବାଗତ ଦେବାଶିଷ ସାମନ୍ତରାୟ ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ ପ୍ରଥମ ଇନିଂସରେ ଓଡ଼ିଶା ୩୨୩ ରନ୍‌ର ପ୍ରଭାବଶାଳୀ ସ୍କୋର୍ କରିପାରିଛି। ଫଳରେ ପ୍ରଥମ ଇନିଂସରେ ଓଡ଼ିଶା ୧୯୬ ରନ୍ ଆଗରେ ରହିପାରିଛି। ପରେ ଜମ୍ମୁକାଶ୍ମୀର ୨ୟ ଇନିଂସ ଆରମ୍ଭକରି ରବିବାର ୨ୟ ଦିନର ଖେଳ ସମାପ୍ତି ସୁଦ୍ଧା ୧୫ ଓଭର ଖେଳି କୌଣସି ୱିକେଟ ନ ହରାଇ ୨୭ ରନ୍ କରିପାରିଛି। ଫଳରେ ହାତରେ ୧୦ଟିଯାକ ୨ୟ ଇନିଂସ ୱିକେଟ ବାକିଥାଇ ଜମ୍ମୁକାଶ୍ମୀର ଏବେ ୧୬୯ ରନ୍ ପଛରେ ରହିଛି। ଏପରି ସ୍ଥିତିରୁ ମ୍ୟାଚ୍ ବଞ୍ଚାଇବା ପାଇଁ ଘରୋଇଦଳକୁ କିଛି ଚମତ୍କାର ବ୍ୟାଟିଂ କରିବାକୁ ପଡ଼ିବ।
ପ୍ରଥମଦିନ ଶେଷରେ ଓଡ଼ିଶା ପ୍ରଥମ ଇନିଂସରେ ୧ ୱିକେଟ ହରାଇ ୯୧ ରନ୍ କରିଥିଲା। ୨ୟ ଦିନ ଆରମ୍ଭରେ ଜମ୍ମୁକାଶ୍ମୀର ପେସ୍ ବୋଲର ଲଢ଼ୁଆ ପ୍ରଦର୍ଶନ କରି ଓଡ଼ିଶା ଉପରେ ଚାପ ପକାଇ ପାରିଥିଲେ। ୩ୟ ଦିନରେ ଆଉ ୨୪ ରନ୍‌ରେ ଓଡ଼ିଶା ୪ଟି ୱିକେଟ ହରାଇ ଚିନ୍ତାରେ ପଡ଼ି ଯାଇଥିଲା। ପୂର୍ବଦିନ ଅର୍ଦ୍ଧଶତକ ପୂରଣକରି ଅପରାଜିତ ଥିବା ବାମହାତି ଓପ୍‌ନର ଅନୁରାଗ ଷଡ଼ଙ୍ଗୀ ୧୧ଟି ଚୌକା ସହ ୫୭ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଚଳିତ ସିଜିନ୍‌ରେ ଓଡ଼ିଶାର ସଫଳତମ ବ୍ୟାଟ୍‌ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ୪ ରନ୍‌କରି ଆଉଟ ହୋଇଥିଲେ। ତାଙ୍କ ବିଫଳତାର ଧାରା ଜାରିରଖି ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୨ ରନ୍‌କରି ବିଦାୟ ନେବାର ୭ଟି ବଲ୍ ପରେ ଅଧିନାୟକ ବିପ୍ଳବ ସାମନ୍ତରାୟ ୧ ରନ୍‌କରି ବିଦାୟ ନେଇଥିଲେ। ଫଳରେ ୧ ୱିକେଟରେ ୧୦୦ ରନ୍ କରିଥିବା ଓଡ଼ିଶା ୧୧୫ ରନ୍‌ରେ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ପହଞ୍ଚି ପାରିଥିଲା। ଏପରି ସ୍ଥିତିରୁ ଦଳକୁ ଉଦ୍ଧାର କରିଥିଲେ ଦେବାଶିଷ ସାମନ୍ତରାୟ ଓ ଅଭିଷେକ ରାଉତ। ଦୁହେଁ ୩୨ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥଲେ ଏବଂ ୧୧୩ ରନ୍‌ର ଭାଗିଦାରୀ କରିଥିଲେ। ଏହି ଭାଗିଦାରୀ ଓଡ଼ିଶାକୁ ପ୍ରଥମ ଇନିଂସରେ ଆଗୁଆ କରିଥିଲା। ଜୀବନର ପ୍ରଥମ ୨ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ଦେବାଶିଷ ୧୯୦ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୮୫ ରନ୍‌କରି ଆଉଟ ହେବା ସହ ଏହି ଯୋଡ଼ି ଭାଙ୍ଗି ଯାଇଥିଲା। ପରେ ପି. ରୋଶନ କୁମାର ରାଓ ୬ ରନ୍‌କରି ବିଦାୟ ନେଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ଆସି ୧୨ ବଲ୍‌ରୁ ୩ଟି ଚୌକା ସହ ୧୭ ରନ୍ କରିଥିଲେ। ୨୫୬ ରନ୍‌​‌େ​‌ର ୮ଟି ୱିକେଟ ପଡ଼ିଯିବା ପରେ ଓଡ଼ିଶା ୯ମ ୱିକେଟ ପାଇଁ ଆଉ ୬୫ ରନ୍ ଯୋଡ଼ିବା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ବସନ୍ତ ମହାନ୍ତି ଓ ଅଭିଷେକ ରାଉତ ଏହି ୬୫ ରନ୍ ଯୋଗ କରିଥିଲେ। ବସନ୍ତ ୩ଟି ଚୌକା ସହ ୧୩ ରନ୍ କରିଥିଲେ। ସେତେବେଳକୁ ଅଭିଷେକ ଶତକ ପୂରଣ କରି ସାରିଥିଲେ। ଆଇପିଏଲ୍ ଖେଳିଥିବା ଅଭିଷେକ ୨୧୨ ବଲ୍‌ରୁ ୩ଟି ଛକା ଓ ୧୧ଟି ଚୌକା ସହ ୧୧୬ ରନ୍‌କରି ଅପରାଜିତ ଥିଲେ। ଜମ୍ମୁକାଶ୍ମୀର ପାଇଁ ପୂର୍ବତନ ଭାରତୀୟ ଖେଳାଳି ଇର୍ଫାନ୍ ପଠାନ୍ ୪ଟି, ଉମର ନାଜିର ୩ଟି ଓ ମହମ୍ମଦ ମୁଦାସିର ୨ଟି ୱିକେଟ ପାଇଥିଲେ। ଜମ୍ମୁକାଶ୍ମୀର ୨ୟ ଇନିଂସରେ ବିନା ୱିକେଟରେ ୨୭ ରନ୍ କରିଥିବା ବେଳେ କମ୍ରାନ୍ ଇକ୍‌ବାଲ ୧୭ ଓ ଶୁଭମ୍ ଖଜୁରିଆ ୧୦ ରନ୍‌କରି ଅପରାଜିତ ରହିଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories