www.samajalive.in
Friday, December 12, 2025
17.1 C
Bhubaneswar

ଜେଲ ସଂସ୍କାର ପ୍ରସଙ୍ଗ: ସରକାରଙ୍କ ସତ୍ୟପାଠରେ ସ୍ଥାନାଭାବ ସମସ୍ୟା, ରହୁଛନ୍ତି ୧୯୧୦ ଅଧିକ ବନ୍ଦୀ

କଟକ: ଜେଲ ସଂସ୍କାର ସଂପର୍କିତ ମାମଲାର ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ଜେଲ ସଂସ୍କାର କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରଯାଇଥିଲା। ହାଇକୋର୍ଟଙ୍କ ୨୦୨୧, ଡିସେମ୍ବର ୨୩ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ କମିଟି ଗଠନ କରାଯାଇଛି ଓ ଜେଲ ସଂସ୍କାର ପ୍ରସଂଗରେ ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଛି। ଏହି ସତ୍ୟପାଠ ଉପରେ କୋର୍ଟ ମିତ୍ରଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ ଏହି ପ୍ରସଙ୍ଗରେ ୧୦ ଦିନ ଭିତରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ପୁଲିସ ଡିଜିଙ୍କ ପ୍ରତିନିଧି, ସ୍ବାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁକଲ୍ୟାଣ ବିଭାଗ ପ୍ରତିନିଧି, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ନେଇ ଏହି କମିଟି ଗଠନ କରିବା ପାଇଁ ଅଦାଲତ ଗତ ଡିସେମ୍ବର ୨୩ରେ ନିର୍ଦେଶ ଦେଇଥିଲେ। ୨୦୨୨, ଜାନୁଆରି ୨୨ ସୁଦ୍ଧା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଅଦାଲତଙ୍କ ନିର୍ଦ୍ଦେଶନାମା ସହିତ ପୂର୍ବରୁ ଜେଲ ସଂସ୍କାର ପ୍ରସଙ୍ଗରେ ପ୍ରଦାନ କରାଯାଇଥିବା ଆଦେଶ ପ୍ରସଂଗରେ ବିବରଣୀ ପ୍ରସ୍ତୁତ କରି ଜାନୁଆରି ୩ ତାରିଖ ସୁଦ୍ଧା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ପ୍ରଦାନ କରିବେ।

- Advertisement -

ଏପରି ନିର୍ଦ୍ଦେଶ ସଂପର୍କରେ ସମସ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିବାକୁ ହାଇକୋର୍ଟ କହିଥିଲେ। ତେବେ ତଥ୍ୟରୁ ଜଣାପଡ଼ିଥିଲା ଯେ ଭଦ୍ରକ ଜେଲରେ ନିର୍ଦ୍ଧାରିତ ସଂଖ୍ୟା ୧୬୬ ହୋଇଥିବା ବେଳେ ୪୫୬ଜଣ ବନ୍ଦୀଙ୍କୁ ରଖାଯାଇଛି। ବାରିପଦା ଜେଲରେ ନିର୍ଦ୍ଧାରିତ ସଂଖ୍ୟା ୫୯୧ ହୋଇଥିବା ବେଳେ ଅକ୍ଟୋବର ୩୧ ସୁଦ୍ଧା ୬୬୫ ବନ୍ଦୀଙ୍କୁ ଏଠାରେ ରଖାଯାଇଥିଲା। ସେହିଭଳି ଭାବେ ଚୌଦ୍ବାର ସର୍କଲ ଜେଲ୍‌ରେ ୯୬୧ ଜଣଙ୍କ ସ୍ଥାନରେ ୧୨୦୫ ଜଣ, ଭୁବନେଶ୍ବର ଝାରପଡ଼ା ସ୍ପେସାଲ୍‌ ଜେଲ୍‌ରେ ୭୪୯ଜଣଙ୍କ ସ୍ଥାନରେ ୧୧୬୩ ଜଣ, ଫୁଲବାଣୀ ଡିଷ୍ଟ୍ରିକ୍ଟ ଜେଲରେ ୨୭୭ ସ୍ଥାନରେ ୫୧୯, ଯାଜପୁର ଜେଲରେ ୧୩୩ ସ୍ଥାନରେ ୩୨୫, ଜୟପୁର ଜେଲରେ ୨୮୨ ସ୍ଥାନରେ ୪୨୬, ମାଲକାନଗିରି ଜେଲରେ ୩୧୪ ସ୍ଥାନରେ ୮୧୮ଜଣ ବନ୍ଦୀଙ୍କୁ ରଖାଯାଇଥିବା ଆଜି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହି କ୍ରମରେ ରାଜ୍ୟର ବିଭିନ୍ନ ଜେଲରେ ୧୯ହଜାର ୮୫୫ ବନ୍ଦୀ ରହିବା କଥା କିନ୍ତୁ ୨୧ହଜାର ୭୬୭ ବନ୍ଦୀ ଅକ୍ଟୋବର ଶେ‌ଷ ସୁଦ୍ଧା ଥିଲେ।

ରାଜ୍ୟର ସବୁ ଜିଲ୍ଲାରେ ଥିବା ଅଣ୍ଡର ଟ୍ରାଏଲ ରିଭ୍ୟୁ କମିଟି (ୟୁଟିଆରସି) ବୈଠକରେ ଜେଲରେ ଥିବା ବିଚାରାଧୀନ ବନ୍ଦୀଙ୍କ ପ୍ରସଂଗରେ ନିୟମିତ ସମୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଖୋର୍ଦ୍ଧା, କଟକ, ବାଲେଶ୍ବର ଓ କଟକରେ ଥିବା ଜେଲ ଗୁଡିକରେ ବନ୍ଦୀଙ୍କ ସଂଖ୍ୟା ଶତ ପ୍ରତିଶତରୁ କମ୍ ନ ହେବା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ୟୁଟିଆରସି ବୈଠକ ମାସକୁ ଦୁଇ ଥର ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟ ଓ ଜାତୀୟ ଆଇନସେବା ପ୍ରାଧିକରଣ ନିୟମ ପାଳନ ସୁନିଶ୍ଚିତ କରାଯିବ। ମାଜିଷ୍ଟ୍ରେଟଙ୍କ ଦ୍ବାରା ଟ୍ରାଏଲ ଯୋଗ୍ୟ ମାମଲା ଗୁଡିକରେ ଦାୟର କରାଯାଇଥିବା ଜାମିନ ଆବେଦନ ଗୁଡିକୁ ଜିଲ୍ଲା ଜଜ୍ ଗୁରୁତ୍ବର ସହିତ ବିଚାର କରିବେ। ଜେଲରେ ବନ୍ଦୀଙ୍କ ସହିତ ରହୁଥିବା ପିଲା ଓ ଜେଲ ବାହାରେ ରହୁଥିବା ବନ୍ଦୀଙ୍କ ପିଲାଙ୍କ ପ୍ରସଂଗକୁ ନେଇ ସ୍ବତନ୍ତ୍ର ଯୋଜନା ଦୁଇ ମାସ ଭି‌ତରେ କରିବା ପାଇଁ ହାଇକୋର୍ଟ କହିଥିଲେ। ତେବେ ଜେଲରେ ଦୋଷୀ ସାବ୍ୟସ୍ତ ହୋଇ ରହୁଥିବା ବନ୍ଦୀଙ୍କୁ ପା‌ରୋଲରେ ଛାଡିବା ପ୍ରସଂଗରେ ରହିଥିବା ନିୟମର ସରକାର ତିନି ମାସ ଭିତରେ ପୁନର୍ବିଚାର କରିବେ ବୋଲି ନିର୍ଦେଶ ଥିଲା। ଆମିକସ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories