www.samajalive.in
Saturday, December 13, 2025
26.1 C
Bhubaneswar

ଜିଏସଟି ସଂଗ୍ରହରେ ଓଡ଼ିଶା ଆଗରେ

କଟକ: ଫେବୃଆରୀରେ ମୋଟ୍‍ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ସଂଗ୍ରରେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସର୍ବାଧିକ ୨୦ ପ୍ରତିଶତ ସଂଗ୍ରହ ହୋଇଛି। ତିନିମାସ ଧରି ମୋଟ୍‍ ଜିଏସଟି ସଂଗ୍ରହରେ ଓଡ଼ିଶା କ୍ରମାଗତ ଭାବେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ସଂଗ୍ରହ ହାର ବଜାୟ ରଖିଆସିଛି ବୋଲି ବାଣିଜ୍ୟକର ଓ ଜିଏସଟି ଆୟୁକ୍ତଙ୍କ ପକ୍ଷରୁ କୁହାଯାଇଛି। ୨୦୨୦ ଡିସେମ୍ବର, ୨୦୨୧ ଜାନୁଆରୀ ଓ ଫେବୃଆରୀରେ ଯଥାକ୍ରମେ ୨୦ ପ୍ରତିଶତ, ୨୫ ପ୍ରତିଶତ ଓ ୨୦ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି। ଫେବୃଆରୀରେ ୩୩୪୦.୫୬ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିବା ବେଳେ ଏ କ୍ଷେତ୍ରରେ ୨୦ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି ଯାହାକି ଜାତୀୟ ହାର ୭ ପ୍ରତିଶତ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୦ ଫେବୃଆରୀରେ ୭୯୨.୫୯ କୋଟି ଟଙ୍କାର ସମନ୍ୱିତ ଜିଏସଟି ସଂଗୃହୀତ ହୋଇଥିବା ବେଳେ ଚଳିତ ବର୍ଷ ଫେବୃଆରୀରେ ଏହା ୧୩୪୫.୭୯ କୋଟି ଟଙ୍କା ହୋଇଛି।

କେନ୍ଦ୍ରୀୟ ଜିଏସଟି (ସିଜିଏସଟି)ରେ ୦.୮୭ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ ଅତିରିକ୍ତ ଟିକସ ସଂଗ୍ରହ କ୍ଷେତ୍ରରେ ୨.୭୨ ପ୍ରତିଶତ ଅଭିବୃଦ୍ଧି ଘଟିଛି। ସେହିପରି ୨୦୨୧ ଜାନୁଆରୀ ମାସରେ ସଂଗୃହିତ ୭୭୭.୭୧ କୋଟି ଟଙ୍କାର ରାଜ୍ୟ ଜିଏସଟି (ଓଜିଏସଟି) ତୁଳନାରେ ଫେବୃଆରୀରେ ୦.୫ ପ୍ରତିଶତ ବୃଦ୍ଧି ଘଟି ୭୮୧.୦୬ କୋଟି ଟଙ୍କା ହୋଇଛି। ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରିମାସରେ ହୋଇଥିବା ସଟ୍‍ଡାଉନ କାରଣରୁ ପ୍ରଥମ ତ୍ରିମାସ ଶେଷ ସୁଧା ମୋଟ୍‍ ଜିଏସଟିରେ ୩୫.୨୫ ପ୍ରତିଶତ ଓ ରାଜ୍ୟ ଜିଏସଟିରେ ୩୨.୭୯ ପ୍ରତିଶତ ବିଯୁକ୍ତାତ୍ମକ ଅଭିବୃଦ୍ଧି ଘଟିଥିଲା। ଚଳିତ ଆର୍ଥିକ ବର୍ଷ ଫେବୃଆରୀ ସୁଧା ୪୨୭୯୬ ଜଣ ଟିକସଦାତାଙ୍କୁ ପଞ୍ଜିକରଣ କରାଯାଇ ଜିଏସଟି ପରିସରଭୁକ୍ତ କରାଯାଇଛି। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଯେପରି ୯୦ ପ୍ରତିଶତ ରିଟର୍ଣ୍ଣ ଦାଖଲ ହୋଇପାରିବ, ତାହା ସୁନିଶ୍ଚିତ କରିବା ପାଇଁ ସର୍କଲଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ରିଟର୍ଣ୍ଣ ଦାଖଲ ଖିଲାପକାରୀଙ୍କ ବିରୋଧରେ ୧,୧୬,୧୮୦ ସଂଖ୍ୟକ ଜିଏସଟିଆର-୩ଏ ନୋଟିସ ଜାରି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୧୬୩୧୩ ଗୋଟି କ୍ଷେତ୍ରରେ ଜିଏସଟି ଆଇନର ଧାରା ୬୨ ଅନୁଯାୟୀ ଆସେସ୍‍ମେଣ୍ଟପ୍ରକ୍ରିୟା ଆରମ୍ଭ କରାଯାଇଛି। ସରକାରୀ ବିଭାଗଗୁଡ଼ିକ କେବଳ ଜିଏସଟି ପଞ୍ଜୀକୃତ ଯୋଗାଣକାରୀଙ୍କଠାରୁ ଦ୍ରବ୍ୟ ଓ ସେବା କ୍ରୟ କରିପାରିବେ। ଏ ସମ୍ପର୍କୀତ ନିର୍ଦେଶନାମା ସରକାର ନିକଟରେ ଜାରି କରିଛନ୍ତି। ଏହି ନିର୍ଦେଶନାମା ଯେପରି ବିଭାଗଗୁଡ଼ିକ ପାଳନ କରିବେ ସେ ଦିଗରେ ଭଲ ଭାବରେ ଯାଞ୍ଚ କରିବା ପାଇଁ ରାଜ୍ୟ ବାଣିଜ୍ୟକର ଓ ଜିଏସଟି ଆୟୁକ୍ତ ସୁଶିଲ କୁମାର ଲୋହାନୀ କ୍ଷେତ୍ରୀୟ ଅଧିକାରୀମାନଙ୍କର ସମୀକ୍ଷା କରି ନିର୍ଦେଶ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories