www.samajalive.in
Monday, December 15, 2025
26.1 C
Bhubaneswar

ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀର ହେବ ଆଉ ଏକ ବାଟାଲିୟନ, ସୃଷ୍ଟି ହେବ ୧୦୪୦ ନୂଆ ପଦବୀ

ଭୁବନେଶ୍ୱର: ରାଜ୍ୟରେ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ(ଓଆଇଏସଏଫ)ର ଆଉ ଏକ ବାଟାଲିୟନ ହେବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଞ୍ଜୁରୀ ଦେଇଛନ୍ତି। ନୂଆ ଓଆଇଏସଏଫ ବାଟାଲିୟନ ପାଇଁ ମୋଟ ୧୦୪୦ଟି ପଦବୀ ସୃଷ୍ଟି କରାଯାଇଛି। ବର୍ତ୍ତମାନ ରାଜ୍ୟରେ ଓଆଇଏସଏଫର ଗୋଟିଏ ବାଟାଲିୟନ ରହିଛି।

ଆଗକୁ ଅନେକ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ରାଜ୍ୟରେ ପ୍ରତିଷ୍ଠା ହେବ। ଏହାସହିତ ଅନେକ ଶିଳ୍ପ ସଂସ୍ଥା ମଧ୍ୟ ଓଡ଼ିଶାକୁ ଆସିବ ଏବଂ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ। ଏହାସହିତ ବହୁ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ଶିଳ୍ପ ସଂସ୍ଥାଗୁଡ଼ିକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନୂଆ ଏକ ଓଆଇଏସଏଫର ବାଟାଲିୟନ ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories