www.samajalive.in
Monday, December 8, 2025
24.1 C
Bhubaneswar

ଯକୃତ ପ୍ରତିରୋପଣ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ରାଜ୍ୟରେ ଯକୃତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ଚିକିତ୍ସା ମଧ୍ୟ ବ୍ୟୟବହୁଳ ହେଉଛି। ସାଧାରଣ ରୋଗୀ ପକ୍ଷେ ଏହାର ଖର୍ଚ୍ଚ ବହନ କରିବା କଷ୍ଟସାଧ୍ୟ। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଉନ୍ନତମାନର ଯକୃତ ରୋଗ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ହାଇଦରାବାଦ ଏସିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ହସ୍ପିଟାଲ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଉପସ୍ଥିତିରେ ଯକୃତ ପ୍ରତ୍ୟାରୋପଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏମ୍‌ଇଟି ଡା. ରମାରମଣ ମହାନ୍ତି ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ହସ୍ପିଟାଲ ପକ୍ଷରୁ ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଥିପୂର୍ବରୁ ଏସ୍‌ସିବି ମେଡିକାଲ କଲେଜରେ ବିନା ଖର୍ଚ୍ଚରେ ଯକୃତ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏକ ଯକୃତ ପ୍ରତିରୋପଣ ୟୁନିଟ୍‌ ରହିଥିବାବେଳେ ଏହି ବୁଝାମଣା ଆଗାମୀ ଦିନରେ ରୋଗୀଙ୍କୁ ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ବିଭାଗୀୟ ସୂଚନା ଅନୁଯାୟୀ ଏହି ଚିକିତ୍ସା ଲାଗି ମଡ୍ୟୁଲାର ‘ଓଟି’ ସହ ଜୀବନ ରକ୍ଷାକରୀ ଯନ୍ତ୍ର (ଆଇସିୟୁ)ର ବ୍ୟବସ୍ଥା କରାଯାଇଛି। ଏହାସହିତ ଆବଶ୍ୟକ ଯନ୍ତ୍ରପାତି କ୍ରୟ କରାଯିବା ସହିତ ଡାକ୍ତର, ନର୍ସ ଓ ପାରାମେଡିିକିସ ନିଯୁକ୍ତ କରାଯାଇଛି। ଏବେ ଏସିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ହସ୍ପିଟାଲ ପକ୍ଷରୁ ଡାକ୍ତର, ନର୍ସ ଓ ପାରାମେଡିିକ୍ସଙ୍କୁ ତାଲିମ୍ ଦେବା ସହିତ ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର ମଧ୍ୟ କରାଯିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories