www.samajalive.in
Saturday, December 6, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା; ଆଜିଠୁ ୪ଦିନ ବ୍ୟାପୀ ନବରଙ୍ଗପୁରରେ ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଅଧୀନରେ ଆସନ୍ତାକାଲି (ସୋମବାର)ଠାରୁ ୪ ଦିନ ବ୍ୟାପୀ ନବରଙ୍ଗପୁର ଜିଲାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି। ପ୍ରାୟ ଦେଢ଼ବର୍ଷର ଅନ୍ତର ପରେ ନବରଙ୍ଗପୁର ଜିଲାରେ ଏହା ଉପଲବ୍ଧ ହେବାକୁ ଯାଉଛି। ପର୍ଯ୍ୟାୟକ୍ରମେ ନୂଆପଡ଼ା ଏବଂ ମାଲକାନଗିରି ଜିଲାରେ ଏହି କାର୍ଯ୍ୟକ୍ରମ କରାଯିବ। ୭ରୁ ୧୦ ତାରିଖ ୪ ଦିନ ବ୍ୟାପୀ ନବରଙ୍ଗପୁରରେ ଏହି ଶିବିର ହେବ। ଜିଲା ସ୍ୱାସ୍ଥ୍ୟ ଦଳ ଦ୍ୱାରା ସମଗ୍ର ଜିଲାରୁ ପ୍ରାୟ ୯୩୮ ରୋଗୀଙ୍କୁ ସ୍କ୍ରିନିଂ କରାଯାଇଛି। ବିଶେଷଜ୍ଞମାନେ ସେମାନଙ୍କୁ ଅଧିକ ପରୀକ୍ଷା କରିବେ।
ପ୍ରଥମ ଦିନରେ ବିଭିନ୍ନ ସୁପର ସ୍ପେଶାଲିଟିର ୫ ବରିଷ୍ଠ ରେସିଡେଣ୍ଟ ଶିବିର ପାଇଁ ଯିବେ। ସେମାନେ ହେଲେ ଏସ୍‌ସିବିର ଡା. ବିଶ୍ବଜିତ ସାହୁ, ଡା. ସୁମିତ କୁମାର ସାହୁ, ଡା. ଲିପିକା ପାଣିଗ୍ରାହୀ, ଡା. ରଶ୍ମିରଞ୍ଜନ ପାତ୍ର ଏବଂ ଡା. ରାକେଶ କୁମାର ମହାନ୍ତି। ଦ୍ବିତୀୟ ଦିନରେ ୬ ବିଶେଷଜ୍ଞ ଗସ୍ତ କରିବେ। ସେମାନେ ହେଲେ ଏସ୍‌ସିବିର ଡା. ସବ୍ୟସାଚୀ ପଣ୍ଡା, ଡା. ଯଶୋବନ୍ତ ବେହେରା, ଡା. ଅରୁଣ ଆଚାର୍ଯ୍ୟ, ଡା. ସମୀର କୁମାର ହୋତା, ଡା. ନିହାର ରଞ୍ଜନ ବିଶ୍ବାଳ ଏବଂ ଡା. ଦେବର୍ଚ୍ଚନା ଜେନା।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ବିନା ମୂଲ୍ୟରେ ଚିକିତ୍ସା ସେବା ପ୍ରଦାନ କରି ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ସୁବିଧାକୁ ଆହୁରି ଉନ୍ନତ କରାଯାଉଛି। ମେଡିକାଲ କଲେଜରୁ ବିଶେଷଜ୍ଞମାନଙ୍କୁ ନିୟୋଜିତ କରି ଉନ୍ନତମାନର ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଅଧୀନରେ ଚିକିତ୍ସା ଶିବିର ଆୟୋଜନ ହେଉଛି। ଏସସିବି ମେଡିକାଲ୍ କଲେଜର ବିଶେଷଜ୍ଞମାନେ ଅସ୍ତ୍ରୋପଚାର, ପରାମର୍ଶ (କାର୍ଡିଓଲୋଜି, ନ୍ୟୁରୋଲୋଜି ଇତ୍ୟାଦି) ଏବଂ ଉନ୍ନତ ନିଦାନ ସହିତ ସୁପର ସ୍ପେଶାଲିଟି ସେବା ପ୍ରଦାନ କରିବେ। ସ୍ବାସ୍ଥ୍ୟସେବାକୁ ଆହୁରି ବ୍ୟାପକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ସୁନିଶ୍ଚିତ ହେଉଛି। ଏହିକ୍ରମରେ ପରବର୍ତ୍ତୀ ସମୟରେ ନୂଆପଡ଼ା ଓ ମାଲକାନଗିରି ଜିଲାରେ ମଧ୍ୟ ଏଭଳି ଶିବିର ଆୟୋଜନ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories