www.samajalive.in
Sunday, December 14, 2025
23.1 C
Bhubaneswar

ଓଡିଶା ବିକଳାଙ୍ଗ ମଞ୍ଚ ତରଫରୁ ଧାମରାରେ ଅସହାୟଙ୍କୁ ସହାୟତା ପ୍ରଦାନ

ଧାମରା: ଧାମରା ନିକଟସ୍ଥ ପଞ୍ଚୁଟିକ୍ରି ପଞ୍ଚାୟତରେ ଓଡିଶା ବିକଳାଙ୍ଗ ମଞ୍ଚ ଏବଂ ଆକ୍ସନଆଡ ଭାରତ ତରଫରୁ ୮୦ଜଣ ଭିନ୍ନକ୍ଷମ ଓ ବିଧବା ମହିଳାମାନଙ୍କୁ ନଗଦ ୨୫ଶହ ଟଙ୍କା, ୪ଟି ପଲିଥିନ, ୧ଟି ସୋଲାର ଲାଇଟ, ୨ ପିସ ବିଛଣା ଚଦର, ୨ଟି ମଶାରି ପ୍ରଦାନ କରାଯାଇଛି। ବିଗତ ଦିନରେ ଘଟିଯାଇଥିବା ୟାଶ ବାତ୍ୟାରେ ବହୁ ସାଧାରଣ ଲୋକଙ୍କ ସହିତ ବହୁ ବିକଳାଙ୍ଗ ଏବଂ ବିଧବା ମହିଳାଙ୍କୁ ସରକାରଙ୍କ ତରଫରୁ ଉପେକ୍ଷା କରାଯାଇଥିବା କଥା ସର୍ବସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଜିର ଏହି ସହାୟତା ପାଇବା ପରେ ବିକଳାଙ୍ଗ, ଅସହାୟ ଏବଂ ବିଧବା ମହିଳା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଧାମରା ଆଠ ପଂଚାୟତରେ ଥିବା ଗରିବ ଏବଂ ଅସାହାୟ ଲୋକ ମାନଙ୍କୁ ଏହି ସଙ୍ଗଠନ ତରଫରୁ ଆଗାମୀ ଦିନରେ ସହାୟତା ପ୍ରଦାନ କରାଯିବ ବୋଲି ଆଜି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡିଶା ବିକଳାଙ୍ଗ ମଂଚର ରାଜ୍ୟ ସଭାପତି ଅକ୍ଷୟ କୁମାର ସାହୁ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବାସୁଦେବପୁର ବ୍ଲକ ବିକଳାଙ୍ଗ ମଂଚର ଚନ୍ଦ୍ରକାନ୍ତ ନାୟକ, ଧାମରା ପଂଚାୟତର ସଭାପତି ମନ୍ମଥ ପରିଡା, କରଞ୍ଜମାଳ ପଂଚାୟତର ସଭାପତି ଶିବାନନ୍ଦ ମାଝୀ, ଧାମରା ଅଂଚଳର ପ୍ରକୃତିପ୍ରେମୀ ଶରତ କୁମାର ଦଳେ.ତପନ କୁମାର କରଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories