www.samajalive.in
Thursday, December 11, 2025
16.1 C
Bhubaneswar

ନିଆରା ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ପାଇଁ ଇସାକ ମୁଣ୍ଡା ଓଡିଶାର ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି:ସମୀର ମହାନ୍ତି

ଭୁବନେଶ୍ୱର :ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି। ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ଏହା ଦ୍ୱାରା ଅନ୍ୟମାନେ ନିଶ୍ଚିତ ଭାବେ ପ୍ରୋତ୍ସାହିତ ହେବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଦୃଢ ଆଶା ବ୍ୟକ୍ତ କରିଛନ୍ତି।


ଓଡିଶାର ସମ୍ବଲପୁର ଜିଲା ଜୁଜୁମରା ବ୍ଲକର ଆଦିବାସୀ ଯୁବକ ଇସାକ ମୁଣ୍ଡାଙ୍କୁ ଆଜି ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଛନ୍ତି। ଦିନ ମଜୁରିଆ ଭାବେ କାମ କରୁଥିବା ଇସାକ ଏବେ ୟୁଟ୍ୟୁବରେ ଭିଡିଓ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ତାଙ୍କର ଏଭଳି ନିଆରା ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ପାଇଁ ସେ ଆଜି ଓଡିଶାର ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ପଖାଳ ଖାଦ୍ୟ ଖାଇବା ଏବଂ ଗ୍ରାମୀଣ ଜୀବନ ଶୈଳୀକୁ ଭିଡିଓ କରି ସମସ୍ତଙ୍କ ପାଖରେ ପହଂଚାଇବାରେ ସେ ସଫଳ ହୋଇପାରିଛନ୍ତି। ଏହା ଆତ୍ମ ନିର୍ଭର ଭାରତର ଏକ ଜ୍ୱଳନ୍ତ ଉଦାହରଣ। ଦୃଢ ଇଚ୍ଛା ଶକ୍ତିଥିଲେ ସବୁ ସମ୍ଭବ ହୋଇପାରେ ବୋଲି ମନ୍ କି ବାତ୍ ଶୁଣିବା ପରେ ଶ୍ରୀ ମହାନ୍ତି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅଲମ୍ପିକ ଖେଳାଳିମାନଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିବା ପାଇଁ ଶ୍ରୀ ମହାନ୍ତି ଓଡିଶାର ଯୁବପିଢୀଙ୍କୁ ପରାମର୍ଶ ଦେଇଛନ୍ତି।

- Advertisement -


ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭୁବନେଶ୍ୱରର ୪୧ ନମ୍ବର ୱାର୍ଡଉତ୍କଳ ଦୃଷ୍ଟିହୀନ ସଂଘ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ। ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀଙ୍କ ୭୯ ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ରାଜ୍ୟର ବିଭିନ୍ନ ଅଂଚଳରେ ଦଳର ବରିଷ୍ଠ ନେତୃବୃନ୍ଦ, ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରହି ଶୁଣିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories