ବିଧାନସଭା ଅଚଳ, ୧୨ଟା ୯ ଯାଏ ମୁଲତବୀ

ଭୁବନେଶ୍ଵର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭାରେ ଦେଖା ଦେଇଛି ଅଚଳାବସ୍ଥା। ସୋମବାର ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଫଳରେ ଗୃହକୁ ଦିନ ୧୨ଟା ୯ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଜେଡି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ହୋ ହାଲ୍ଲା ଓ ନାରାବାଜୀ କରିଛନ୍ତି। ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବଜାଇ ପ୍ଲାକାର୍ଡ଼ ଧରି କଂଗ୍ରେସ ହୋ ହାଲ୍ଲା କରିଥିବାବେଳେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ପ୍ଲାକାର୍ଡ଼ ଧରି ନାରାବାଜୀ ଓ ହୋ ହାଲ୍ଲା କରିଛି ବିଜେଡି।
Comments are closed.