www.samajalive.in
Friday, December 12, 2025
19.1 C
Bhubaneswar

 ବୁଲେଟ୍ ଟ୍ରେନ୍ ସ୍ଥାନରେ ଦୁର୍ଘଟଣା: ୪୦ଟି ଟ୍ରେନ୍ ବାତିଲ, ଅନେକ ଟ୍ରେନର ସମୟ ପରିବର୍ତ୍ତନ

ଅହମ୍ମଦାବାଦ: ଅହମ୍ମଦାବାଦ ନିକଟରେ ଏକ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସ୍ଥାନରେ ନିର୍ମାଣ ପାଇଁ ବ୍ୟବହୃତ ଏକ ସେଗମେଣ୍ଟାଲ୍ ଲଞ୍ଚିଂ ଗ୍ୟାଣ୍ଟ୍ରି ଦୁର୍ଘଟଣାବଶତଃ ଖସିପଡ଼ିଥିଲା। ସେଗମେଣ୍ଟାଲ୍ ଲଞ୍ଚିଂ ଗ୍ୟାଣ୍ଟ୍ରି ଖସିପଡ଼ିବାରୁ ଏହା ସଂଲଗ୍ନ ରେଳ ଲାଇନକୁ ପ୍ରଭାବିତ କରିଥିଲା।  ଫଳରେ ଅନେକ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଏହି  ଦୁର୍ଘଟଣା ପରେ ଅତି କମରେ ୨୫ଟି ଟ୍ରେନକୁ ବାତିଲ କରାଯାଇଛି ଏବଂ ଅନ୍ୟ ୧୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏହାସହିତ ୫ଟି ଟ୍ରେନର ସମୟସୂଚୀରେ ପରିବର୍ତ୍ତିନ ହୋଇଛି ଏବଂ ୬ଟି ଟ୍ରେନକୁ ସ୍ଥାନାନ୍ତର କରାଯାଇଛି। ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି ବୋଲି ଅହମ୍ମଦାବାଦ ରେଳ ଡିଭିଜନର ଜଣେ ଅଧିକାରୀ କହିଛନ୍ତି।

- Advertisement -

ଘଟଣାସ୍ଥଳରେ ଉପସ୍ଥିତ ଥିବା ବରିଷ୍ଠ ଜାତୀୟ ହାଇ ସ୍ପିଡ୍ ରେଳ କର୍ପୋରେସନ୍ (ଏନଏଚଏସଆରସିଏଲ) ଅଧିକାରୀମାନେ କହିଛନ୍ତି ଯେ ସେଗମେଣ୍ଟାଲ୍ ଲଞ୍ଚିଂ ଗ୍ୟାଣ୍ଟ୍ରି ଖସିପଡ଼ିବା ଘଟଣାରେ କୌଣସି କ୍ଷତି ହୋଇନାହିଁ। ରବିବାର ରାତି ପ୍ରାୟ ୧୧ଟାରେ ଭାଟଭାରେ ଘଟିଥିବା ଏହି ଦୁର୍ଘଟଣା ଦ୍ୱାରା ନିର୍ମିତ ଢାଞ୍ଚାର କୌଣସି କ୍ଷତି ହୋଇ ନଥିଲାବେଳେ ଏହା ରେଳ ଚଳାଚଳକୁ ପ୍ରଭାବିତ କରିଛି।

ରେଳ ଅଧିକାରୀମାନେ କହିଛନ୍ତି ଯେ ରେଳପଥ ଲାଇନ୍ ସଫା କରିବା ପାଇଁ ପ୍ରୟାସ ଚାଲିଛି ଯାହା ଦ୍ଵାରା ରେଳ ଚଳାଚଳ ଯଥାଶୀଘ୍ର ପୁନର୍ବାର ଆରମ୍ଭ କରାପାରିବ। ଜଣେ ଏନଏଚଏସଆରସିଏଲ ଅଧିକାରୀ କହିଛନ୍ତି ଯେ ଏହି ପ୍ରକ୍ରିୟାରେ ଭାରୀ ଡ୍ୟୁଟି ରୋଡ୍ କ୍ରେନ୍ ମଧ୍ୟ ନିୟୋଜିତ ହୋଇଛି। ଭାଟଭା ଏବଂ ଅହମ୍ମଦାବାଦ ଷ୍ଟେସନ ମଧ୍ୟରେ ଡାଉନ ଲାଇନରେ ରେଳ ଚଳାଚଳ ପ୍ରଭାବିତ ହୋଇଛି।  ଭାଟଭା-ବୋରିଭାଲି ଏକ୍ସପ୍ରେସ, ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ ଏକ୍ସପ୍ରେସ, ଭଦୋଦରା-ଭାଟଭା ଇଣ୍ଟରସିଟି, ଅହମ୍ମଦାବାଦ-ଭାଲସାଦ ଗୁଜରାଟ କୁଇନ୍, ଜାମନଗର-ଭାଡୋଦରା ଇଣ୍ଟରସିଟି, ଭାଡନଗର-ଭାଲସାଦ-ଭାଡନଗର ଏକ୍ସପ୍ରେସ ଏବଂ ଭାଟଭା-ଆନନ୍ଦ ମେମୁ ଟ୍ରେନ ବାତିଲ କରାଯାଇଛି। ସେହିପରି ଅହମ୍ମଦାବାଦ-ଏମଜିଆର ଚେନ୍ନାଇ ହମସଫର ଏକ୍ସପ୍ରେସ୍, ରାଜକୋଟ-ସିକନ୍ଦରାବାଦ ଏକ୍ସପ୍ରେସ୍ ଏବଂ ଅନ୍ୟ କିଛି ଟ୍ରେନର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ଅନେକ ଟ୍ରେନ୍ ଛାଡ଼ିବାରେ ବିଳମ୍ବ ହେବା ଯୋଗୁଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରବଳ ଯାତ୍ରୀ ଭିଡ଼ ଯୋଗୁଁ ପ୍ଲାଟଫର୍ମ ନମ୍ବର ୧୨ ଏବଂ ୧୩ରେ ବିଶୃଙ୍ଖଳା ସୃଷ୍ଟି ହେବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ଯଦିଓ କୌଣସି ଆହତ ହେବାର ସୂଚନା ମିଳିନାହିଁ, ଷ୍ଟେସନରେ ଅତିରିକ୍ତ ଭିଡ଼ ଯୋଗୁଁ ଯାତ୍ରୀମାନେ ବ୍ୟାରିକେଡ୍ ଚଢ଼ି ଧାଡ଼ି ଡେଇଁ ପଡ଼ିଥିଲେ।

ଦିଲ୍ଲୀ ପୁଲିସ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ରେଳଷ୍ଟେସନରେ ମୁତୟନ ହେବା ସହ ଭିଡ଼ ପରିଚାଳନା ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିଲା।

 

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories