www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଆ ବୀର କର୍ଣ୍ଣେଲ ପୁଣ୍ୟବାଚି ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ

ଭାରତ ଓ ଚୀନ ସେନା ସୀମାନ୍ତରେ ମୁହାଁମୁହିଁ ଥିବାବେଳେ ଲଦାଖ ଅଞ୍ଚଳରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ ପାଇଁ ୨୦୨୧ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଭାରତର ରାଷ୍ଟ୍ରପତି କ‌େ‌ର୍ଣ୍ଣଲ ପୁଣ୍ୟବାଚି ମହାନ୍ତିଙ୍କୁ ‘ଯୁଦ୍ଧ ସେବା ମେଡାଲ’ରେ ଭୂଷିତ କରିଛନ୍ତି। ଭାରତୀୟ ସ୍ଥଳସେନାର ‘ସ୍ପେସାଲ ଫୋର୍ସ’ରେ ନିୟୋଜିତ କ‌େ‌ର୍ଣ୍ଣଲ ପୁଣ୍ୟବାଚି ୯ମ ପାରାଚୁଟ୍‌ (କମାଣ୍ଡୋବାହିନୀ)ର କମାଣ୍ଡିଂ ଅଫିସର ଭାବେ ନିଜର କର୍ତ୍ତବ୍ୟପରାୟଣତା ତଥା ଅପୂର୍ବ ସାହସିକତା ପ୍ରଦର୍ଶନ କାରଣରୁ ତାଙ୍କୁ ଏହି ସମ୍ମାନ ମିଳିଥିବାର ଜଣାଯାଏ। ଏହା ପୂର୍ବରୁ ଯୁଦ୍ଧଭୂମିରେ ବୀରତ୍ବ ପ୍ରଦର୍ଶନ ପାଇଁ ୨୦୧୮ ମସିହାରେ କ‌େ‌ର୍ଣ୍ଣଲ ପୁଣ୍ୟବାଚି ‘ସେନା ମେଡାଲ’ ସମ୍ମାନରେ ଭୂଷିତ ହୋଇଥିଲେ।

କ‌େ‌ର୍ଣ୍ଣଲ ପୁଣ୍ୟବାଚି ‘ନେସନାଲ ଡିଫେନ୍ସ ଏକାଡେମୀ’ରୁ ଉତ୍ତୀର୍ଣ୍ଣ ହୋଇ ‘ଇଣ୍ଡିଆନ ମିଲିଟାରୀ ଏକାଡେମୀ’ରୁ ପ୍ରଶିକ୍ଷଣ ପରେ ଭାରତୀୟ ସେନାର ‘ଡୋଗ୍ରା-ଇନ୍‌ଫାନଟ୍ରି’ରେ କମିସନଡ୍‌ ଅଫିସର ଭାବେ ଯୋଗ ଦେଇଥିଲେ। ପରବର୍ତ୍ତୀ କାଳରେ କମାଣ୍ଡୋ ଟ୍ରେନିଂରେ ଆଗ୍ରହ ତଥା ପାରଦର୍ଶିତା ପ୍ରଦର୍ଶନ କାରଣରୁ ସେ ‘ପାରା ସ୍ପେସାଲ ଫୋର୍ସ’ ବାହିନୀରେ ଯୋଗଦେଇ ଏହାର କମାଣ୍ଡିଂ ଅଫିସର ପଦରେ ଥାଇ ଯୁଦ୍ଧକ୍ଷେତ୍ରରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ କରି ଓଡ଼ିଶା ମାଟିର ଟେକ ରଖିପାରିଛନ୍ତି।

- Advertisement -

ଶ୍ରୀମତୀ ପ୍ରତିଭା ଓ ଲେଫ୍ଟନାଣ୍ଟ ଜେନେରାଲ ଜେ.କେ. ମହାନ୍ତି (ଅବସରପ୍ରାପ୍ତ)ଙ୍କର ସେ କନିଷ୍ଠ ପୁତ୍ର। ଜେନେରାଲ ମହାନ୍ତି ଭାରତୀୟ ସ୍ଥଳସେନାର ଆର୍ମି କମାଣ୍ଡର ଭାବେ ନିୟୋଜିତ ପ୍ରଥମ ଓଡ଼ିଆ ଅଫିସର। ସେ ମଧ୍ୟ ‘ପରମ ବିଶିଷ୍ଟ ସେବା ମେଡାଲ’, ‘ଉତ୍ତମ ଯୁଦ୍ଧସେବା ମେଡାଲ’, ‘ସେନା-ମେଡାଲ’ ଓ ‘ବିଶିଷ୍ଟ ସେବା ମେଡାଲ’ରେ ଭୂଷିତ ହୋଇଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories