www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ୱକପ କ୍ରିକେଟ: ଟସ ଜିତି ଫିଲଡିଂ କରୁଛି ନ୍ୟୁଜିଲାଣ୍ଡ

ଡେସ୍କ: ଆଜି ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିଅମରେ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶ ସଂସ୍କରଣର ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଛି। ଦୁଇ ଦଳ ସେମିଫାଇନାଲ ଦୌଡ଼ରେ ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ଫିଲଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ୭ ଓଭର ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା କୌଣସି ୱିକେଟ ନ ହରାଇ ୨୯ ରନ ସ୍କୋର କରିଛି।

ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରୁଛି। ଦଳ ୬ଟି ମ୍ୟାଚରୁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଦଳ ଶ୍ରୀଲଙ୍କା,ଅଷ୍ଟ୍ରେଲିଆ, ଇଂଲଣ୍ଡ, ବାଂଲାଦେଶ ଓ ପାକିସ୍ତାନକୁ ପରାସ୍ତ କରିଥିବାବେଳେ ନେଦରଲ୍ୟାଣ୍ଡ୍‌ସ ନିକଟରୁ ୩୮ରନରେ ପରାଜିତ ହୋଇଥିଲା। ୬ ଟି ମ୍ୟାଚରୁ ୪ ଟି ମ୍ୟାଚରେ ଦଳ ୩୦୦ରୁ ଅଧିକ ରନ କରିଛି। ସେଥିରେ ୬ ଟି ଶତକ ମଧ୍ୟ ରହିଛି। ବ୍ୟାଟିଂରେ କ୍ବିଣ୍ଟନ ଡିକକ୍‌ ୬ଟି ମ୍ୟାଚରୁ ୩ଟି ଶତକ ସହ ୪୩୧ରନ, ହେନରିଚ୍‌ କ୍ଲାସେନ ୩୦୦ରନ ଓ ମାର୍କରାମ ୩୫୬ରନ କରିଛନ୍ତି। ଏହାବାଦ୍‌ ବାଭୁମା, ଭାନ ଡାନ ଡୁସେନ, ମାର୍କୋ ୟାନସେନ ମଧ୍ୟ ରନ କରୁଛନ୍ତି। ବୋଲିଂରେ ମାର୍କୋ ୟାନସେନ ୧୩ଟି, ଗାର୍ଲାଡ କୋଟ୍‌ଜି ୧୨ଟି, କାଗିସୋ ରାବଡା ୧୦ଟି ୱିକେଟ ନେଇଛନ୍ତି। ଦଳ ଜିତିଥିବା ୫ଟି ମ୍ୟାଚ ମଧ୍ୟରୁ ୪ଟି ମ୍ୟାଚରେ ଆଗ ବ୍ୟାଟିଂ କରି ୩୦୦ରୁ ଉର୍ଦ୍ଧ୍ବ ରନ କରିଛି। ରନ୍‌କୁ ପିଛା କରି ନେଦରଲାଣ୍ଡ୍‌ସ ନିକଟରୁ ପରାଜିତ ହୋଇଥିବାବେଳେ ପାକିସ୍ତାନକୁ ୧ ୱିକେଟରେ ପରାସ୍ତ କରିଥିଲା। ଡିକକ୍‌, କ୍ଲାସେନ ଓ ମାର୍କରାମଙ୍କ ଫର୍ମ ନ୍ୟୁଜିଲାଣ୍ଡ ପାଇଁ ନିଶ୍ଚିତ ଚିନ୍ତାର ବିଷୟ ହେବ। ଦକ୍ଷିଣ ଆଫ୍ରିକା ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲରେ ସ୍ଥାନ ନିଶ୍ଚିିତ କରିବାକୁ ଉଦ୍ୟମ କରିବ।

- Advertisement -

ଅନ୍ୟପକ୍ଷରେ ଟମ୍‌ ଲଥାମଙ୍କ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ୬ଟି ମ୍ୟାଚରୁ ୪ଟି ବିଜୟ ଓ ୨ଟି ପରାଜିତ ହୋଇଛି। ଦଳ ପ୍ରଥମ ୪ଟି ମ୍ୟାଚରେ ଇଂଲଣ୍ଡ, ନେଦରଲ୍ୟାଣ୍ଡ୍‌ସ, ବାଂଲାଦେଶ ଓ ଆଫଗାନିସ୍ତାନକୁ ପରାସ୍ତ କରିଥିବାବେଳେ ଶେଷ ଦୁଇ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି। ବ୍ୟାଟିଂରେ ଡ୍ୟାରେଲ ମିଚେଲ, କନ୍‌ୱେ ଓ ରାଚିନ ରବୀନ୍ଦ୍ର ଚମତ୍କାର ଫର୍ମରେ ରହିଛନ୍ତି। ରବୀନ୍ଦ୍ର ୪୦୬ ଓ କନ୍‌​‌େ​ୱ ୨୭୭ ଓ ମିଚେଲ ୩୨୨ରନ କରିଛନ୍ତି। ଟମ୍‌ ଲଥାମ, ଗ୍ଲେନ ଫିଲିପ୍ସ ଓ ୱିଲ୍‌ ୟଙ୍ଗ ଆଶାଜନକ ପ୍ରଦନର୍ଶନ କରିପାରିନାହାନ୍ତି। କେନ୍‌ ୱିଲିୟମସନ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଉକ୍ତ ମ୍ୟାଚ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି। ବୋଲିଂରେ ଲୁକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ, ଜିମି ନିଶାମ , ମିଚେଲ ସାଣ୍ଟନର ପ୍ରମୁଖ ରହିଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ​‌େ​‌ଶଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ୩ଟି ଓ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚରେ ବିଜୟୀ ହୋଇଛି। କିନ୍ତୁ ବର୍ତ୍ତମାନର ଫର୍ମକୁ ଦେଖିଲେ କେହି କାହାରିଠାରୁ କମ୍‌ ନୁହଁନ୍ତି। ନ୍ୟୁଜିଲାଣ୍ଡ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବାକୁ ନିଶ୍ଚିତ ଉଦ୍ୟମ କରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories