www.samajalive.in
Saturday, December 6, 2025
26.1 C
Bhubaneswar

କଳାହାଣ୍ଡି ପାଇଁ ଖୁସିର ଦିନ, ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରି ବହୁତ ଖୁସି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି କଳାହାଣ୍ଡି ପାଇଁ ଖୁସିର ଦିନ। ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରି ବହୁତ ଖୁସି। ଜିଲାର ୬୩ ପଞ୍ଚାୟତରେ ବସ୍‌‌ ସୁବିଧା ମିଳିବ। ସମସ୍ତଙ୍କୁ ବିକାଶ ସହ ଏହି ଯୋଜନା ଯୋଡିବ। ଘରେ ଘରେ ଖୁସି ଆଣିବ। କଳାହାଣ୍ଡିରେ ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷା,ସ୍ୱାସ୍ଥ୍ୟ, ଯୋଗାଯୋଗ ଆଦି କ୍ଷେତ୍ରରେ ବିକାଶ ଅଣାଯାଇଛି। ବିକାଶର ଯାତ୍ରାରେ ଆଗକୁ ବଢିଛି କଳାହାଣ୍ଡି। ସାରା ଦେଶକୁ କଳାହାଣ୍ଡି ଚାଉଳ ଯୋଗାଉଛି। ଖୁବ ଶୀଘ୍ର କଳାହାଣ୍ଡିରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହେବ। କଳାହାଣ୍ଡିର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି କଳାହାଣ୍ଡି ପାଇଁ ଖୁସିର ଦିନ। ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଲୋକାର୍ପିତ ହୋଇଛି ବୋଲି ନିଜ ଉଦ୍‌‌ବୋଧନରେ କହିଛନ୍ତି।
ଆଜି କଳାହାଣ୍ଡି ପ୍ରତିଷ୍ଠା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି। କଳାହାଣ୍ଡିରେ ‘ଲକ୍ଷ୍ମୀ’ ବସ୍‌‌ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଗଡିଲା ଲକ୍ଷ୍ମୀ ବସ୍‌‌। ଗମନାଗମନ ସୁବିଧାରେ ନୂଆ ଅଧ୍ୟାୟ ଯୋଡି ହେଲା। ଏହି ବସ୍‌‌ ସେବା ଆରମ୍ଭ ହେବା ଦ୍ୱାରା ଲୋକେ ନିଜ ନିଜ ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଅନ୍ୟ ସମସ୍ତ ମୌଲିକ ସେବା ପାଇଁ ବସ୍ ସେବା ପାଇପାରିବେ। ମୁଖ୍ୟମନ୍ତ୍ରୀ ୧୭ଟି ପ୍ରକଳ୍ପର ଶୁଭାରମ୍ଭ ଓ ୧୮୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories