www.samajalive.in
Friday, December 12, 2025
15.1 C
Bhubaneswar

ନୁଆଁଦିଲ୍ଲୀରେ ନୁଆଁଖାଇ ପାଳନ, ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ

ସମ୍ବଲପୁର: ନୁଆଁଦିଲ୍ଲୀ ସ୍ଥିତ ହଉଜଖାସ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଙ୍ଗଣରେ ନୁଆଁଖାଇ ନେସନାଲ ସେଲିବ୍ରେଶନ କମିଟି ଆନୁକୂଲ୍ୟରେ ୨୫ତମ ନୁଆଁଖାଇ ହର୍ଷୋଲ୍ଲାସ ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା ଅନୁପ କୁମାର ପୂଜାରୀ ଓ ଓଡିଶୀ ନୃତ୍ୟଶିଳ୍ପୀ ନିତିଶା ନନ୍ଦ କରିଥିଲେ। “ନୃତ୍ୟ ଅଭିନୟ” ଅନୁଷ୍ଠାନ ପକ୍ଷରୁ ବିଦୂଷୀ କବିତା ମହାନ୍ତିଙ୍କ ତତ୍ବାବଧାନରେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ କରାଯାଇଥିଲା।

ବିମଳ ପଣ୍ଡାଙ୍କ ନିର୍ଦ୍ଦେଶନାରେ “ଅନଲାଇନ ଘପଲା” ଏକାଙ୍କିକାର ପରିବେଷଣ ବେଶ ଚିତ୍ତାକର୍ଷକ ହୋଇଥିଲା। ଏହାର ଅଭିନୟରେ ରାଜଶ୍ରୀ ମିଶ୍ର, ପୂର୍ଣ୍ଣେନ୍ଦୁ ହୋତା, ରଞ୍ଜିତା ବଡ଼ପଣ୍ଡା, ମଧୁଛନ୍ଦା ତ୍ରିପାଠୀ, ଶ୍ରୀମନ୍ତ କୁମାର ମିଶ୍ର, ସୁଜାତା ମିଶ୍ର, ଦେବାଶିଷ ମିଶ୍ର ଓ ସଂସ୍କୃତି ପଣ୍ଡା ଆଦି ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ସାମିଲ ହୋଇ କହିଛନ୍ତି ଯେ ନେସନାଲ ସେଲିବ୍ରେଶନ କମିଟି ଦୀର୍ଘ ପଚିଶ ବର୍ଷ ଧରି ଆମର ସାଂସ୍କୃତିକ ଚେତନାର ପ୍ରଚାର ପ୍ରସାର କରି ଆସୁଥିବାରୁ ନିଶ୍ଚିତ ରୂପେ ଅଭିନନ୍ଦନର ପାତ୍ର। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅନେକ ଗଣମାନ୍ୟ ବ୍ୟକ୍ତି ବିଶେଷ ଏଥିରେ ଉତ୍ସାହର ସହିତ ସାମିଲ ହୋଇଥିଲେ। ଏହି ସଭାର ଶେଷରେ ସାମୁହିକ ରୂପେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ଓ ଏଥିରେ ସମସ୍ତେ ସାମିଲ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories