www.samajalive.in
Monday, December 8, 2025
24.1 C
Bhubaneswar

ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ସମ୍ବଲପୁର ସହର ନୂଆଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି। ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୨୦ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭଲଗ୍ନ ରହିଛି। ଏହି ସମୟ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନଲାଗି ହେବ। ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବିଷ୍ଣୁସହସ୍ର ନାମ ପାଠ ପରେ ଶୁଭଲଗ୍ନ ବାହାରିଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ନୂଆଖାଇ ଲଗ୍ନ ପ୍ରକାଶ ପାଇଛି।

ସେହିପରି ସୋନପୁର ଗଡ଼ଜାତ ଅଞ୍ଚଳ ସହ ଓ ପଞ୍ଚରା ଅଞ୍ଚଳ ବାସିଙ୍କ ପାଇଁ ଆଜି ସ୍ଥିର ହୋଇଛି ନୂଆଖାଇ ଲଗ୍ନ । ଚଳିତ ବର୍ଷ ଆସନ୍ତା ୨୦ ତାରିଖ ବୁଧୁବାର ଦିନ ମା’ ସୁରେଶ୍ବରୀଙ୍କ ମନ୍ଦିରକୁ ଦିନ ୮.୩୦ ରୁ ୯.୩୦ ମଧ୍ୟରେ ପାହୁର ଯାତ୍ରା ହେବ। ସେହିପରି ସକାଳ ୧୦.୩୬ ରୁ ୧୦.୫୦ ମଧ୍ୟରେ ବିଛା ଲଗ୍ନରେ ନବାର୍ଣ୍ଣ ଭକ୍ଷଣ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଥିବା ପଣ୍ଡିତ ସଭା ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories