www.samajalive.in
Wednesday, December 10, 2025
26.1 C
Bhubaneswar

ବନ୍ଦ ପଡ଼ିଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଆରମ୍ଭ ହେଲା

କଣ୍ଟାବାଞ୍ଜି : ଦୀର୍ଘ ବର୍ଷରୁ ବନ୍ଦ ପଡ଼ିଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି। ସୂଚନା ଅନୁସାରେ, ଆମ ଆଦମୀ ପାର୍ଟି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଭାପତି ସୁରଥ ବେହେରାଙ୍କୁ ତୁରେକେଲା ବ୍ଲକ ଢୋଲମାଂଦଲ ପଞ୍ଚାୟତର ଜନସାଧାରଣ ବାହାବଲରୁ ଢୋଲମାଂଦଲ ପ୍ରାୟ ୩ କିଲୋମିଟର ରାସ୍ତା କୌଣସି କାରଣରୁ ପ୍ରଧାନମନ୍ତ୍ରୀ ସଡ଼କ କାମ ବନ୍ଦ ହୋଇଯାଇଛି ବୋଲି କହିଥିଲେ। ଫଳରେ ଏ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯେହେତୁ ଏହି ପଞ୍ଚାୟତକୁ ଗମନାଗମନର ବିଶେଷ ସୁବିଧା ନାହିଁ, ତେଣୁ ଉକ୍ତ ରାସ୍ତା କାମଟି ସମ୍ପୂର୍ଣ୍ଣ ହେଲେ ଏହି ଗାଁକୁ ଛାତ୍ରଛାତ୍ରୀ ପାଠପଢିବା ଆସୁଥିବା ବେଳେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦୂର ହେବା ସହ ଲୋକେ ସୁବିଧାରେ ଯାତାୟତ କରିପାରନ୍ତେ ବୋଲି ଲୋକେ କହିଛନ୍ତି। ଏ ବାବଦରେ ଆପ୍ ନେତା ଶ୍ରୀ ବେହେରା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ବଲାଙ୍ଗୀର ଜିଲ୍ଲାପାଳ ଢୋଲମାଂଦଲ ଗସ୍ତ କରି କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏବେ କାମ ଆରମ୍ଭ ହୋଇଛି ବୋଲି ଢୋଲମାଂଦଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ଵାମିତ୍ର ଛତ୍ରିଆଙ୍କ ସହ ମହେଶ୍ଵର ଧାରୁଆ, ଅନନ୍ତ ରାମ ବନଛୋର, କ୍ଷୀରୋଦ ଧାରୁଆ, ଅଙ୍ଗିରା ବାଘ, ଦିବନା ଧାରୁଆ, ବରିଷ୍ଠ ଆପ ନେତା ହାଡ଼ୁ ଛତ୍ରିଆ ପ୍ରମୁଖ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories