ଜୁହାର ପରିବାର ପକ୍ଷରୁ ନୁଆଁଖାଇ ପାଇଁ ପ୍ରତିଯୋଗୀତା

ସମ୍ବଲପୁର :  ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଉପଲକ୍ଷେ ଜୁହାର ପରିବାର ସମ୍ବଲପୁର ପକ୍ଷରୁ ସ୍ଥାନୀୟ ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର ଠାରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ଦାଶଙ୍କ ସଞ୍ଚାଳନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୁଆଁଖାଇ ବିଷୟ ଭିତ୍ତିକ ବକ୍ତୃତା, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା।  ଜିଲା ସଂସ୍କୃତି ଅଧିକାରୀ ଦୀପକ କୁମାର କୁଲୁ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରତିଯୋଗୀତାରେ ୨୫ଟି ଓଡିଆ ଓ ଇଂରାଜୀ ମାଧ୍ୟମର ବିଦ୍ୟାଳୟ ଗୁଡିକରୁ ୧୪୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ସେମାନଙ୍କର ମଧ୍ୟରେ ରହିଥିବା ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ । ବକ୍ତୃତା ପ୍ରତିଯୋଗୀତାରେ ଶିକ୍ଷାବିତ ଅରବିନ୍ଦ ମହାପାତ୍ର, ଡ. ପରେଶ ଚନ୍ଦ୍ର ଦାନୀ, ପ୍ରଶାନ୍ତ ପାଟ୍ଟଯୋଶୀ ବିଚାରକ ଦାୟିତ୍ୱ ତୁଲାଇ ଥିଲେ। ସଙ୍ଗୀତରେ କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକ, ତ୍ରିଲୋଚନ ତ୍ରିପାଠୀ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ । ସେହିଭଳି ଚିତ୍ରାଙ୍କନରେ ବନ୍ଦନା ପଣ୍ଡା ଓ ସୁଜାତା ବେହେରା ବିଚାରକ ରୂପେ ରହିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଡ. ପ୍ରୟାସ ଡନସନା, ଡ. ସତ୍ୟନାରାୟଣ ଠାକୁର, ଜେ. ଗିରିଜା ଦେବୀ, ପିଙ୍କି ପ୍ରଧାନ, ରାଜେଶ ଚଇନୀଙ୍କ ସମେତ ସଣ୍ଡେ ଗ୍ରୁପର ସଦସ୍ୟ ମାନେ ମଧ୍ୟ ସକ୍ରିୟ ସହାୟତା କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୪ ତାରିଖ ସନ୍ଧ୍ୟାରେ ଜିଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ ଆୟୋଜିତ ହେବାକୁ ଥିବା ଜୁହାର ପରିବାର ସମ୍ବଲପୁରର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ବରିଷ୍ଠ ସଦସ୍ୟ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

kalyan agarbati

Comments are closed.