www.samajalive.in
Thursday, December 11, 2025
14.1 C
Bhubaneswar

ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ୍ ପ୍ରସଂଗ: ନୋଟିସ ଜାରି କଲେ ହାଇକୋର୍ଟ

ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ୍ ପ୍ରସଂଗକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ‌ନୋଟିସ୍ ଜାରି କରିଛନ୍ତି। ଏହି ପ୍ରସଂଗରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ବିରୋଧ କରି ଦାୟର ମାମଲାର ଜଷ୍ଟିସ ସି.ଆର.ଦାଶ ଓ ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କେନ୍ଦ୍ର ସରକାର, ଏନଟିପିସି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଅନ୍ୟପକ୍ଷରେ ଟିଟିପିଏସ୍ ବନ୍ଦ ପ୍ରସଂଗରେ କୌଣସି ପ୍ରକାର ରହିତାଦେଶ ଦେବାକୁ ହାଇକୋର୍ଟ ମନା କରିଛନ୍ତି। ଏନଟିପିସି ମେନ୍ସ କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଓ ଏନଟିପିସି ୱାର୍କର ୟୁନିୟନ ସଭାପତି ବିଷ୍ଣୁମୋହନ ରଥଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଜଣାପଡିଛି ଯେ ୧୯୬୪ରେ ଟିଟିପିଏସ୍ ଉଦଘାଟିତ ହୋଇଥିବା ବେଳେ ୧୯୬୮ରେ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଥିଲା। ଏନଟିପିସିର ଅଂଶ ଥିବା ଟିଟିପିଏସର ଜୀବନ କାଳ ୨୦୨୧, ମାର୍ଚ୍ଚ ୩୧ରେ ପୂରିବାକୁ ଯାଉଥିବା ବେଳେ ଏପ୍ରିଲ ୧ରେ ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟ୍ସ (ସେଣ୍ଟ୍ରାଲ) ରୁଲ୍ସ ଅନୁସାରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ନିକଟରେ ଅନୁମତି ଲୋଡି ସଂସ୍ଥା ପକ୍ଷରୁ ଆବେଦନ କରାଯାଇଥିଲା। ଟିଟିପିଏସ ପକ୍ଷରୁ ଅଗଷ୍ଟ ୨୦କୁ ବନ୍ଦ ପାଇଁ ପ୍ରସ୍ତାବିତ ତାରିଖ ଧାର୍ଯ୍ୟ କରାଯାଇ ସାନି ଦରଖାସ୍ତ ଶ୍ରମ ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇଥିଲା। ଏହାପରେ ଟିଟିପିଏସ ବନ୍ଦ ଦରଖାସ୍ତକୁ ଗ୍ରହଣ କରି ଜୁଲାଇ ୧୨ରେ ଶ୍ରମ ମନ୍ତ୍ରଣାଳୟ ଯୁଗ୍ମ ସଚିବ ନିର୍ଦ୍ଦେଶନାମା ଜାରି କରିଥିଲେ। ଜୁଲାଇ ୧୨ର ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦୁଇ ମାମଲା ହାଇକୋର୍ଟରେ ଦାଖଲ ହୋଇଥିଲା। ହାଇକୋର୍ଟ ଏହାର ବିଚାର କରି ବନ୍ଦ ଆଦେଶ ଉପରେ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଦେଇଥିଲେ। ଏହାସହିତ ଏହା ଭିତରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟକୁ ଏହି ପ୍ରସଂଗରେ ସାନି ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ମାମଲାର ପୁନଃ ଶୁଣାଣି କରି ପ୍ଲାଣ୍ଟ ବନ୍ଦ ହେବା ସପକ୍ଷରେ ରାୟ ଦେବା ପରେ ହାଇକୋର୍ଟରେ ପୁଣି ମାମଲା ରୁଜୁ ହୋଇଛି। ଏନଟିପିସି ପକ୍ଷରୁ ଆଇନଜୀବୀ ଆଦିତ୍ୟ ନାରାୟଣ ଦାସ ମାମଲା ପରିଚାଳନା କରୁଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories