www.samajalive.in
Sunday, December 14, 2025
26.1 C
Bhubaneswar

କର୍ମଚାରୀଙ୍କ ଜୀବନକୁ ସମୃଦ୍ଧ କରିଛି ଡିଜିଟାଇଜେସନ୍‍ ଏବଂ ଅନ୍‍ଲାଇନ୍‍ ଟ୍ରେନିଂ

ଭୁବନେଶ୍ୱର: ଏନ୍‍ଟିପିସି ପୂର୍ବକ୍ଷେତ୍ର-୨ର ଏନ୍‍ଟିପିସି ଲିମିଟେଡ୍‍ର ଉତ୍‍ଥାପନ ଦିବସ ପାଳିତ ହୋଇଯାଇଛି। ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍‍-୧୯ର ନିୟମାବଳୀକୁ ଅନୁସରଣ ସହିତ ସାମାଜିକ ତଥା ଶାରୀରିକ ଦୂରତ୍ୱକୁ ସୁନିଶ୍ଚିତ କରିବା ନିମନ୍ତେ ଡିଜିଟାଲ୍‍ ସେଲିବ୍ରେସନ୍‍ ଏହି ଉତ୍‍ଥାପନ ଦିବସର ମୁଖ୍ୟ ଆକର୍ଷଣ ଥିଲା।
ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦେଶକ(ପୂର୍ବକ୍ଷେତ୍ର-୨) ସଞ୍ଜୀବ କିଶୋର ବରିଷ୍ଠ ଅଧିକାରୀମାନଙ୍କର ଗହଣରେ ଭୁବନେଶ୍ୱର ପୋଖରୀପୁଟସ୍ଥିତ ଏନ୍‍ଟିପିସି ଅତିଥି ଗୃହରେ ଏନ୍‍ଟିପିସି ପତାକା ଉତ୍ତୋଳନ କରିଥିଲେ ଓ କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ। ଲକ୍‍ଡାଉନ୍‍ ସମୟରେ ଏବଂ ଏହାର ପରବର୍ତ୍ତି ଅବଧିରେ ଏନ୍‍ଟିପିସି ଶିକ୍ଷା ଓ ବିକାଶ ରଣନୀତିକୁ ବହୁଗୁଣିତ କରିଛି। ସେହିପରି ଡିଜିଟାଇଜେସନ୍‍ ଏବଂ ଅନ୍‍ଲାଇନ୍‍ ଟ୍ରେନିଂ ମାଧ୍ୟମରେ ଏନ୍‍ଟିପିସି ହଜାର ହଜାର କର୍ମଚାରୀଙ୍କ ଜୀବନକୁ ସମୃଦ୍ଧ କରିଛି ଏବଂ ସୁଦୂର ସ୍ଥାନଗୁଡ଼ିକରେ ଏହାର ସେବା ପହଞ୍ଚାଇବାକୁ ସଫଳ ହୋଇଛି ବୋଲି ସଞ୍ଜୀବ କିଶୋର ପ୍ରକାଶ କରିଛନ୍ତି। ଉଭୟ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ଏନ୍‍ଟିପିସି ହାସଲ କରଥିବା ବିଭିନ୍ନ ମାଇଲଖୁଣ୍ଟ ବିଷୟରେ କର୍ମଚାରୀଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ କର୍ମଚାରୀମାନଙ୍କୁ ସମ୍ବୋଧନ କରି ସଞ୍ଜୀବ କିଶୋର କହିଥିଲେ ଯେ ଏନ୍‍ଟିପିସି ଫୋବର୍ସ ଦ୍ୱାରା ପ୍ରକାଶିତ ତାଲିକାରେ ଚଳିତ ବର୍ଷ ବିଶ୍ୱର ସର୍ବଶ୍ରେଷ୍ଠ ନିଯୁକ୍ତି ଦାତା ଶ୍ରେଣୀରେ ଭାରତୀୟ ସରକାରୀ ଉଦ୍ୟୋଗମାନଙ୍କ ମଧ୍ୟରେ ପ୍ରଥମ ବିବେଚିତ ହୋଇଛି। ସାମାଜିକ ବିକାଶ ଦିଗରେ କାର୍ଯ୍ୟ କରିବା ଉପରେ ଏନ୍‍ଟିପିସି ଗୁରୁତ୍ୱ ଦେଇଛି, ଯାହା ଦେଶର ବିଭିନ୍ନ ଗ୍ରାମକୁ ପରିବ୍ୟାପ୍ତ କରିଛି। ମହାମାରୀ ସମୟରେ ଏହାର ବ୍ୟାପକତା ଅବଦାନ ରହିଛି ଏବଂ ସାଂଗଠିନିକ କର୍ମଜୀବୀ ଓ ପ୍ଲାଣ୍ଟ ନିକଟରେ ରହୁଥିବା ଲୋକମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଇଛି ବୋଲି କହିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories