www.samajalive.in
Wednesday, December 10, 2025
16.1 C
Bhubaneswar

ଦେବ ବିବାହ ପାଇଁ ଆଜି ନିମନ୍ତ୍ରଣ ଦେଲେ ନୃସିଂହ

ସମ୍ବଲପୁର : ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡାର ବମ୍ ବମ୍ ବରାଡ ବାଲୁଙ୍କେଶ୍ୱର ଙ୍କର ପତ୍ରପେଣ୍ଡି ସହିତ ପଶ୍ଚିମ ଓଡିଶାର ସପ୍ତାହବ୍ୟାପି ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଶନିବାର ଶୁଭାରମ୍ଭ ହୋଇଯାଇଛି। ସମ୍ପୁର୍ଣ୍ଣ ସାମାଜିକ ଲୋକାଚାର ନିତିରେ ପାଳିତ ହେଉଥିବା ଶୀତଳଷଷ୍ଠୀ ଉତ୍ସବର ଦ୍ୱିତୀୟ ଦିବସ ରବିବାର ସନ୍ଧ୍ୟାରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ପାଇଁ ବିଷ୍ଣୁ ଙ୍କର ଅବତାର ନୃସିଂହ ନିଉତା ନିତି ସମ୍ପନ୍ନ କରାଯାଇଛି। ଅପରାହ୍ନ ପ୍ରାୟ ୪ଟାରୁ ବମ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ନୃସିଂହ ମହାପ୍ରଭୁଙ୍କୁ ପରମ୍ପରା ଅନୁଯାୟୀ ପାଟ ଓ ଅଳଙ୍କାର ଆଦିରେ ସୁସଜ୍ଜିତ କରାଯାଇଥିଲା। ଆଶୁତୋଷ ମିଶ୍ର ଓ ଭୂବନ ମୋହନ ମିଶ୍ର ପ୍ରମୁଖ ନୃସିଂହ ଭଗବାନଙ୍କର ସାଜସଜ୍ଜା କରିଥିଲେ।

ପ୍ରାୟ ୭ଟା ୩୦ ସମୟରେ ମନ୍ଦିରରେ ନୃସିଂହ ଭଗବାନଙ୍କ ସହିତ ସମସ୍ତ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ମନ୍ଦିର ପରିସରରେ ଥିବା ପଞ୍ଚବକ୍ର, ଦୁର୍ଗା, ଭୈରବ ଙ୍କୁ ନୃସିଂହ ମହାପ୍ରଭୁ ପ୍ରଥମେ ନିଉତା ପ୍ରଦାନ କରି ଦେବ ବିବାହ ପାଇଁ ନିମନ୍ତ୍ରଣ କରିବେ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ କରୋନା ସଙ୍କଟ ଯୋଗୁଁ ଶୋଭାଯାତ୍ରା ଆଦି ବନ୍ଦ ରହିଥିବାରୁ ନୃସିଂହ ଭଗବାନ ମନ୍ଦିର ମଧ୍ୟରେ ରହିଥିଲେ। ଲକ ଡାଉନ ନିୟମାନୁଯାୟୀ କେବଳ ବିଧି ରକ୍ଷା ନିମନ୍ତେ ନିରାଡମ୍ବର ଭାବରେ ଶଙ୍ଖ ଧ୍ୱନି ମଧ୍ୟରେ ବରପିତା ରାମଚନ୍ଦ୍ର ମିଶ୍ର, ମନ୍ଦିରର ପୂଜକ ଲକ୍ଷପତି ମହାପାତ୍ର, ବିବାହ ପୂଜକ ଓ ଦୁଇ ଜଣ ସହାୟକ ବ୍ରହ୍ମପୁରା ମନ୍ଦିର, କଂସଲେଇ ମନ୍ଦିର, ସତ୍ୟବାଦୀ ମନ୍ଦିର, ମଦନମୋହନ ମନ୍ଦିର, ଲିଆଖାଇ ମନ୍ଦିର, ବାଟମଙ୍ଗଳା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଦଧିବାବନ ମନ୍ଦିର, ଯଜ୍ଞବରାହା ମନ୍ଦିର ଗୁଡିକୁ ଯାଇ ଦେବାଦେବୀ ମାନଙ୍କୁ ଗୁଆ, ନଡିଆ, ଖଜା, ଗଜା ଓ ମିଠେଇ ପ୍ରଦାନ କରି ମହାଦେବ ଓ ପାର୍ବତୀଙ୍କର ଲୌକିକ ବିବାହରେ ସାମିଲ ହେବା ପାଇଁ ନିଉତା ଦେଇ ନିମନ୍ତ୍ରଣ ଦେଇଥିଲେ।

- Advertisement -

ସେହିଭଳି ସୋମବାର ପୁର୍ବାହ୍ନରେ ପ୍ରଚଳିତ ପରମ୍ପରାନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ସୋମନାଥ ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ଦୁର୍ଗାପାଲୀର ଦୁର୍ଗା ମନ୍ଦିରକୁ ଖିରି ପୁରୀ, ଗୁଆ, ନଡିଆ, ଖଜା, ଗଜା ଓ ମିଠେଇ ଦିଆଯାଇ ଦେବ ବିବାହ ପାଇଁ ନିମନ୍ତ୍ରଣ କରାଯିବ। କରୋନା ସଙ୍କଟକୁ ଧ୍ୟାନରେ ରଖି ପତ୍ରପେଣ୍ଡି ନିତି ଯେଭଳି ସୀମିତ ବ୍ୟକ୍ତି ଓ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା, ସେହିଭଳି ନୃସିଂହ ନିୟୁତା ବିଧି ମଧ୍ୟ ପାଳନ କରାଯାଇଛି। ସୋମବାର ବାଲିବନ୍ଧା, ଝାଡୁଆପଡା, ମୋଦିପଡା, ବଡବଜାର, ଗୁଡେଶ୍ୱର, ଠାକୁରପଡା ସମେତ ଅନ୍ୟ ଶିବାଳୟ ମାନଙ୍କରେ ପତ୍ରପେଣ୍ଡି ନିତି ପାଳିତ ହେବ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories