www.samajalive.in
Monday, December 8, 2025
27.1 C
Bhubaneswar

ଆମେରିକାରେ କରୋନା ମୃତକଙ୍କ ମଧ୍ୟରୁ ୭୩% ହେଉଛନ୍ତି ୬୫ ବର୍ଷରୁ ଊର୍ଧ୍ବ

ନ୍ୟୁୟର୍କ/ ଲଣ୍ଡନ:  କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବ ଲଢ଼େଇ କରୁଛି। ଏହି ମହାମାରୀ କବଳରୁ ମାନବ ସମାଜକୁ କିଭଳି ରକ୍ଷା କରାଯାଇପାରିବ ସେଥିପାଇଁ ନିୟମିତ ଗବେଷଣା ଜାରି ରହିଛି। ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ଦ୍ବାରା ମୃତ୍ୟୁହାର ବୃଦ୍ଧି ପାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ଅସୁସ୍ଥ ବ୍ୟକ୍ତି ରହିଥିବାବେଳେ କରୋନା ସେମାନଙ୍କ ପାଇଁ ବିପଦ ଭାବେ ଉଭା ହୋଇଛି। କରୋନା ପଜିଟିଭ୍‌ ସହିତ ଅସୁସ୍ଥ ୫୦ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଚିକିତ୍ସା ସମୟରେ ମୃତ୍ୟୁ ହେଉଛି। ସେଥିମଧ୍ୟରୁ ଅଧିକାଂଶ ପୁରୁଷ ରହିଛନ୍ତି। ମୋଟାପଣ, ହୃତ୍‌ରୋଗ, ଲଙ୍ଗ, ଲିଭର ଓ କିଡ୍‌ନୀ ଆଦି ପୁରୁଷ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ଲଣ୍ଡନ୍‌ ବିଏମ୍‌ଜେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।

କେବଳ ନ୍ୟୁୟର୍କ ସହରରେ ମୃତକଙ୍କ ମଧ୍ୟରୁ ୨୨.୪% ହେଉଛନ୍ତି ୪୫ରୁ ୬୪ ବର୍ଷ ବୟସ ବର୍ଗର । ୨୪.୯% ମୃତକଙ୍କ ବୟସ ହେଉଛି ୬୫ରୁ ୭୪ ମଧ୍ୟରେ ଏବଂ ୪୮.୭% ମୃତକଙ୍କ ବୟସ ୭୫ ବା ତହିଁରୁ ଅଧିକ। ଆମେରିକାରେ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ରୋଗୀଙ୍କ ଲକ୍ଷଣ ଓ ଚିକିତ୍ସା ପଦ୍ଧତିକୁ ନେଇ ୟୁନିଭର୍ସିଟି ଅଫ୍ ଲାଇଭର୍‌ପୁଲ୍‌ ବୈଜ୍ଞାନିକ ଗବେଷଣା କରିଛନ୍ତି। ବିଭିନ୍ନ ହସ୍‌ପିଟାଲ୍‌ର ୪୩,୦୦୦ରୁ ଅଧିକ କୋଭିଡ୍‌-୧୯ ରୋଗୀଙ୍କୁ ନେଇ ବୈଜ୍ଞାନିକମାନେ ଅଧ୍ୟୟନ କରିଥିଲେ। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ସଂକ୍ରମିତ ଥିବା ରୋଗୀଙ୍କ ଲକ୍ଷଣ ଅନୁଧ୍ୟାନ ପରେ ବିଶ୍ଲେଷଣ କରି ବିଶ୍ବରେ ଅନ୍ୟ ଦେଶରେ ଏହା କିଭଳି ପ୍ରଭାବ ବିସ୍ତାର କରୁଛି ଏବଂ ତା’ର ପ୍ରତିକାର ଉପରେ ଆଲୋଚନା କରିଥିଲେ।
ଇଂଲଣ୍ଡ, ୱାଲ୍ସ ଓ ସ୍କଟ୍‌ଲାଣ୍ଡ ହସ୍‌ପିଟାଲ୍‌ରେ ୨୦,୧୩୩ଜଣ କୋଭିଡ୍‌-୧୯ ପଜିଟିଭ୍‌ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୦୮ଜଣ ଗୁରୁତର ଥିଲେ। ମହିଳାଙ୍କ ଅପେକ୍ଷା ଅଧିକାଂଶ ପୁରୁଷ ରୋଗୀ ଗୁରୁତର ହେଉଛନ୍ତି ଏବଂ ସେମାନଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେଉନାହିଁ। ସଚେତନତା ଓ ଆବଶ୍ୟକ ଜ୍ଞାନ ଅଭାବରୁ ଅଧିକାଂଶ କରୋନା ଆକ୍ରାନ୍ତ ହୋଇଥିବା ଏହି ରୋଗୀମାନଙ୍କ ଚିକିତ୍ସା ପଦ୍ଧତିକୁ ଅନୁଶୀଳନ କରି ବୈଜ୍ଞାନିକମାନେ ଜାଣି ପାରିଛନ୍ତି। ଏହି ବର୍ଗର ରୋଗୀଙ୍କ ମଧ୍ୟରୁ ୩୭ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ପ୍ରତିଶତଙ୍କୁ ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି ଏବଂ ୪୬ ପ୍ରତିଶତ ଚିକିତ୍ସାଧୀନ ରହିଛନ୍ତି। ମୋଟାପଣ ସହିତ ଲଙ୍ଗ୍‌ କିମ୍ବା ଇନ୍‌ଫ୍ଲାମେସନ୍‌ ପୀଡ଼ିତ ଥିବା ରୋଗୀ କୋଭିଡ୍‌-୧୯ ଯୋଗୁ ମୃତ୍ୟୁ ହେଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ପର୍ଯ୍ୟବେକ୍ଷଣ ପର୍ଯ୍ୟାୟରେ ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ ହୋଇଥିବାରୁ ଏହାକୁ କୋଭିଡ୍‌-୧୯ ମୃତ୍ୟୁର ପ୍ରକୃତ କାରଣ ଭାବରେ ଦର୍ଶାଯାଇପାରିବ ନାହିଁ ସେମାନେ କହିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories