ରାହୁଳ ଡ଼୍ରାମା କରୁଛନ୍ତି; ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଲାଗି କଂଗ୍ରେସ ଦାୟୀ: ମାୟାବତୀ
ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଅତ୍ୟନ୍ତ ଜଟିଳ । ଲୋକମାନେ ଯେପରି ହଜାର ହଜାର କିଲୋମିଟର ଖାଲି ପାଦରେ ଖରା ତାତିରେ ଚାଲିଚାଲି ଯାଉଛନ୍ତି ତାହା ଅନେକଙ୍କ ହୃଦୟ ବିଗଳିତ କରିଛି । ଖାଇବା ପିଇବା ବିନା ଘର ଫେରନ୍ତା ଏହି ଶ୍ରମିକଙ୍କୁ ଦୁଃଖକୁ ନେଇ ଦେଶରେ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ଓ ଅନ୍ୟ କିଛି ବିରୋଧୀ ଦଳ ଏଥିପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାସ୍ତା କଡ଼ରେ ଶ୍ରମିକଙ୍କ ସହ ଆଲୋଚନା କରୁଥିବାର ଭିଡ଼ିଓ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
Watch this short film in which I speak with India’s real nation builders, our migrant brothers & sisters. https://t.co/As99mjVvyt
— Rahul Gandhi (@RahulGandhi) May 23, 2020
ମାତ୍ର ରାହୁଳଙ୍କ ଏହି ଭିଡ଼ିଓ ଟ୍ବିଟରରେ ଆସିବା ପରେ କ୍ଷୁବ୍ଧ ହୋଇଛନ୍ତି ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ସୁଶ୍ରୀ ମାୟାବତୀ। ରାହୁଳ ଡ଼୍ରାମା କରୁଛନ୍ତି ଓ ବାସ୍ତବରେ ଆଜି ଉପୁଜିଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଲାଗି କଂଗ୍ରେସ ହିଁ ଦାୟୀ ବୋଲି କହିଛନ୍ତି । ଦୀର୍ଘ ସମୟ କ୍ଷମତାରେ ରହିବା ସତ୍ତ୍ବେ ଏହି ଦଳ ପ୍ରବାସୀ ଶ୍ରମିକଙ୍କ ପାଇଁ କିଛି କରି ନାହିଁ । ଯାହା ଫଳରେ ଆଜି ଏପରି ସମସ୍ୟା ଉପୁଜିଛି ବୋଲି ମାୟାବତୀ କହିଛନ୍ତି ।
1. आज पूरे देश में कोरोना लाॅकडाउन के कारण करोड़ों प्रवासी श्रमिकों की जो दुर्दशा दिख रही है उसकी असली कसूरवार कांग्रेस है क्योंकि आजादी के बाद इनके लम्बे शासनकाल के दौरान अगर रोजी-रोटी की सही व्यवस्था गाँव/शहरों में की होती तो इन्हें दूसरे राज्यों में क्यों पलायन करना पड़ता? 1/4
— Mayawati (@Mayawati) May 23, 2020
ମାୟାବତୀଙ୍କ ଟ୍ବିଟର ହ୍ୟାଣ୍ଡଲ କଂଗ୍ରେସ ସମାଲୋଚନାରେ ଭରି ଯାଇଛି । ସେ ଲେଖିଛନ୍ତି ଯେ ସାରା ଦେଶର କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ଯେଉଁ ଦୁର୍ଦ୍ଦଶା ଦେଖୁଛି ଏହାର ପ୍ରକୃତ ଦୋଷୀ କଂଗ୍ରେସ। ଯିଏ ସ୍ଵାଧୀନତା ପରେ ଏତେ ଲମ୍ବା ସମୟ ଧରି ଶାସନ କରିଛି । କଂଗ୍ରେସ ଯଦି ଲୋକଙ୍କ ଲାଗି ଭରଣ ପୋଷଣର ବ୍ୟବସ୍ଥା କରିଥାନ୍ତା ତେବେ ଆଜି ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ପଳାୟନ କରିବାକୁ ପଡିନଥାନ୍ତା କିମ୍ବା ଏପରି ସମସ୍ୟା ଉପୁଜି ନ ଥାନ୍ତା ବୋଲି ମାୟାବତୀ କହିଛନ୍ତି ।
2. वैसे ही वर्तमान में कांग्रेसी नेता द्वारा लाॅकडाउन त्रासदी के शिकार कुछ श्रमिकों के दुःख-दर्द बांटने सम्बंधी जो वीडियो दिखाया जा रहा है वह हमदर्दी वाला कम व नाटक ज्यादा लगता है। कांग्रेस अगर यह बताती कि उसने उनसे मिलते समय कितने लोगों की वास्तविक मदद की है तो यह बेहतर होता।2/4
— Mayawati (@Mayawati) May 23, 2020
ଅନ୍ୟ ଏକ ଟ୍ବିଟରେ ମାୟାବତୀ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ୍ରେ ଅପଲୋଡ୍ କରିଥିବା ଭିଡିଓକୁ ସମାଲୋଚନା କରିଛନ୍ତି । ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ସହ ସୁଖ ଦୁଃଖ ହେବା ସମ୍ବନ୍ଧିତ ଭିଡିଓରେ ରାହୁଲ ଅଧିକ ନାଟକ କରୁଥିବା ଜଣା ପଡୁଛି। ଶ୍ରମିକଙ୍କୁ ଭେଟିବା ସମୟରେ କେତେ ଲୋକଙ୍କୁ ସାହାଯ୍ୟ କଲେ ତା କହିଥିଲେ ଭଲ ହୋଇଥାନ୍ତା ବୋଲି ମାୟାବତୀ କହିଛନ୍ତି ।
Comments are closed.