www.samajalive.in
Monday, December 8, 2025
13.1 C
Bhubaneswar

ମେଟ୍ରୋ ଟ୍ରେନ୍‌ରେ ବାହାଘର, ଜନ୍ମଦିନ

ନଏଡ଼ା :  ଅଫିସ ଗଲାବେଳେ ବାଟରେ ବା ଯେ କୌଣସି ସମୟରେ କେହି ହେଲେ ମେଟ୍ରୋ ରେଲ୍‌ରେ ବାହାଘର କିମ୍ବା ଜନ୍ମଦିନ ଉତ୍ସବ ପାଳନ କରିପାରିବେ। ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ପାଳନ କରିପାରିବେ। ଏଥିପାଇଁ ନଏଡ଼ା ମୋଟ୍ରୋ ରେଲ୍‌ କର୍ତ୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ପାଇଁ ନଏଡ଼ା ଓ ଗ୍ରେଟର ନଏଡ଼ା ଷ୍ଟେସନ୍‌ ମଧ୍ୟରେ ଚଳାଚଳ କରୁଥିବା ମେଟ୍ରୋ ଟ୍ରେନ୍‌ କୋଚ୍‌ ଭଡ଼ାରେ ଦିଆଯିବ। ଗାଡ଼ି ଚାଲିଲାବେଳେ କୋଚ୍‌ରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ଫଟୋ ସୁଟ୍‌ ସହ ଫିଲ୍ମ ସୁଟିଂ ମଧ୍ୟ କରାଯାଇପାରିବ। ସ୍ବଳ୍ପ ମୂଲ୍ୟରେ ଉତ୍ସବ ଆୟୋଜନ ସହ ଉପଭୋଗର ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ସର୍ବାଧିକ ୪ଟି କୋଚ୍‌ ଭଡ଼ାରେ ନେଇହେବ ଏବଂ ଅନ୍ୟୂନ ଦୁଇ ସପ୍ତାହ ପୂର୍ବରୁ କୋଚ୍‌ ସଂରକ୍ଷିତ ରଖିବାକୁ ପଡ଼ିବ। ଲାଇସ୍ନେ୍ସ ଦେୟ ବାବଦରେ ପସନ୍ଦ ଅନୁଯାୟୀ ଘଣ୍ଟା ପ୍ରତି ୫ହାଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିବାକୁ ପଡ଼ିବ। ସାଜସଜା ବାବଦ ଖର୍ଚ୍ଚ ଅଲଗା ଧାର୍ଯ୍ୟ ହୋଇଥିବାବେଳେ ସିକ୍ୟୁରିଟି ଜମା ୨୦ହଜାର ଟଙ୍କା ରହିଛି; ଯାହା ଫେରସ୍ତ ହେବ। ପ୍ରତି କୋଚ୍‌ ପାଇଁ ସର୍ବାଧିକ ୫୦ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇପାରିବ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories