www.samajalive.in
Monday, December 8, 2025
27.1 C
Bhubaneswar

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ‘ସମାଜ’ର ଶୁଭେଚ୍ଛା ଓ ଶୁଭକାମନା

ପ୍ରିୟ ମାଟ୍ରିକ ପରୀକ୍ଷାର୍ଥୀ,

ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା ଜୀବନର ଆଦ୍ୟ ସୋପାନରେ ବିଶେଷ ମହତ୍ତ୍ୱ ରଖେ। ଏହାର ପ୍ରମାଣପତ୍ରଟି ଜୀବନସାରା ସାଙ୍ଗରେ ରହେ। ଜନ୍ମ ତାରିଖର ପ୍ରମାଣ ପାଇଁ ଏହି ସାର୍ଟିଫିକେଟ ବହୁବାର ବ୍ୟବହୃତ ହୁଏ। ଏହାର ଫଳାଫଳ ନେଇ ଆମ ଜୀବନକାଳରେ ଅନେକ ଥର ଚର୍ଚ୍ଚା ହୁଏ। ତେଣୁ ପ୍ରତ୍ୟେକ ଶିକ୍ଷିତଙ୍କ ଜୀବନରେ ଏହା ଅନନ୍ୟ ପ୍ରାଧାନ୍ୟ ବହନ କରେ। ଆଜି ସେହି ପ୍ରତୀକ୍ଷିତ ମୁହୂର୍ତ୍ତ ଉପନୀତ। ତୁମ ଦୀର୍ଘ ଅଧ୍ୟୟନ ଓ ଅଧ୍ୟବସାୟର ପ୍ରକୃଷ୍ଟ ପ୍ରମାଣ ଦେବାର ବେଳ ମାଟ୍ରିକ୍‌ ପରୀକ୍ଷା ଆଜିଠୁଁ ଆରମ୍ଭ। ଆସନ୍ତା ମାର୍ଚ୍ଚ ୨ ତାରିଖ ଯାଏ ତମମାନଙ୍କୁ ବିଶେଷ ସତର୍କ ଓ ଆତ୍ମନିଷ୍ଠ ହେବାକୁ ପଡ଼ିବ।

- Advertisement -

ପରୀକ୍ଷା ପ୍ରସ୍ତୁତିର କୌଶଳ ଜାଣିଲେ ସବୁ ପ୍ରଶ୍ନର ସଠିକ୍‍ ଉତ୍ତର ଦେଇ ହୁଏ; ଭଲ ନମ୍ବର ମିଳେ। ଏହି ଉପଲବ୍ଧିରେ ତୁମର ପ୍ରିୟ ଖବରକାଗଜ ‘ସମାଜ’ ପ୍ରାୟ ଅଢ଼େଇ ମାସ ଧରି ‘ମାଟ୍ରିକ୍‌ ମନ୍ତ୍ର’ ମାଧ୍ୟମରେ ତୁମକୁ ପରୀକ୍ଷା ପ୍ରସ୍ତୁତିର କୌଶଳ ବତାଇଦେଇଛି। ତେବେ ପ୍ରାକ୍‍ ପ୍ରସ୍ତୁତି ଯେତେ ଭଲ ହୋଇଥିଲେ ହେଁ ପରୀକ୍ଷା ସମୟରେ ଭୟ ଓ ଆଶଙ୍କା ପରୀକ୍ଷାର୍ଥୀଙ୍କୁ ମାନସିକ ଦ୍ୱନ୍ଦ୍ୱରେ ପକାଏ। ମାତ୍ରାଧିକ ଆତ୍ମବିଶ୍ୱାସୀ ହେବା ବି ଠିକ୍‍ ନୁହେଁ। ନକାରାତ୍ମକ ଭାବନାକୁ ଦୂରେଇ ଦେଇ ‘ପରୀକ୍ଷାରେ ନିଶ୍ଚୟ ଭଲ କରିବି’ ବୋଲି ଦୃଢ଼ ମାନସିକତାରେ ରୁହ। ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କୁ ନୈତିକ ଓ ମାନସିକ ସ୍ତରରେ ଉତ୍ସାହିତ କରନ୍ତୁ।

ଚିନ୍ତାମୁକ୍ତ ହୋଇ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଆବଶ୍ୟକ। ପରୀକ୍ଷା ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସମୟର ସଦୁପଯୋଗ କର। ଆଗ୍ରହ ଓ ଆନନ୍ଦର ସହ ପରୀକ୍ଷା ଦେବା ଆଦର୍ଶ ବିଦ୍ୟାର୍ଥୀଙ୍କ ଲକ୍ଷଣ। ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳା ଓ ଶୁଦ୍ଧତା ମଧ୍ୟ ବଜାଇ ରଖିବା ଜରୁରୀ। ମାଆବାପା, ଗୁରୁଜନ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ତମମାନଙ୍କ ଉପରେ ସବୁବେଳେ ରହିଛି। ସମସ୍ତ ପରୀକ୍ଷାର୍ଥୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସର୍ବସଫଳତା କାମନା କରୁଛି।

କାର୍ଯ୍ୟକାରୀ ସମ୍ପାଦକ ‘ସମାଜ’

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories