www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ବ କୀର୍ତ୍ତିମାନ ୨୩ତମ ଗ୍ରାଣ୍ଡସ୍ଲାମ୍‌ ଜିତିଲେ ଜୋକୋଭିକ୍‌

ପ୍ୟାରିସ୍‌ : ଟେନିସ୍‌ ଇତିହାସ​ରେ ସର୍ବାଧିକ ୨୩ଟି ଗ୍ରାଣ୍ଡସ୍ଲାମ୍ ପୁରୁଷ ଏକକ ଟାଇଟଲ ଜିତିିିବାର ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିକ୍‌। ରବିବାର ଫ୍ରେଞ୍ଚ୍‌ ଓପନ୍‌ ଜିତି ଜୋକୋଭିକ୍‌ ଏହି ବଡ଼ କୃତିତ୍ବ ହାସଲ କରିଛନ୍ତି। ଫାଇନାଲରେ ୩ୟ ସିଡ୍‌ ଜୋକୋଭିକ୍‌ ୭-୫, ୬-୩, ୭-୫ ସେଟ୍‌ରେ ୪ର୍ଥ ସିଡ୍‌ ନରୱେର କାସ୍ପର ରୁଡ୍‌ଙ୍କୁ ପରାସ୍ତ କରିଛନ୍ତି। ଫ୍ରେଞ୍ଚ୍‌ ଓପନ୍‌ ପୂର୍ବରୁ ସ୍ପେନ୍‌ର ରାଫେଲ ନାଦାଲଙ୍କ ସହ ଯୁଗ୍ମ ସର୍ବାଧିକ ୨୨ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିଥିଲେ ଜୋକୋଭିକ୍‌। ହେଲେ ରବିବାର ଏଠାରେ ଜିତିବା ସହ ନାଦାଲଙ୍କୁ ପଛରେ ପକାଇ କୋକୋଭିକ୍‌ ସର୍ବାଧିକ ୨୩ଟି ଗ୍ରାଣ୍ଡସ୍ଲାମ୍ ଜିତି ପାରଛନ୍ତି।
ଅବଶ୍ୟ ମହିଳା ଏକକରେ ଆମେରିକାର ସେରେନା ୱିଲିୟମ୍‌ସ ମଧ୍ୟ ୨୩ଟି ଗ୍ରାଣ୍ଡସ୍ଲାମ୍ ଏକକ ଟାଇଟଲ ଜିତିଛନ୍ତି। ମହିଳା ଏକକରେ ବିଶ୍ବ କୀର୍ତ୍ତିମାନ ୨୪ଟି ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି ମାର୍ଗାରେଟ୍‌ କୋର୍ଟ। ୩୪ତମ ଫାଇନାଲ ଖେଳି ​‌କୋକୋଭିକ୍‌ ୨୩ ଥର ଚମ୍ପିଆନ୍ ହୋଇ ଟେନିସ୍ ଇତିହାସର ସର୍ବଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ନିଜକୁ ପ୍ରମାଣିତ କରିଛନ୍ତି। କୋକୋଭିକ୍‌ ଏହାକୁ ମିଶାଇ ୩ୟ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତିଛନ୍ତି। ଫଳରେ ବିଶ୍ବର ପ୍ରଥମ ଖେଳାଳି ଭାବେ କୋକୋଭିକ୍‌ ସମସ୍ତ ଗ୍ରାଣ୍ଡସ୍ଲାମ୍‌କୁ ଅତିକମ୍‌ରେ ୩ ଥର ଲେଖାଏଁ ଜିତିଛନ୍ତି। ପୁଣି ୩୬ ବର୍ଷ ୨୦ ଦିନ ବୟସରେ ଜିତି ଫ୍ରେଞ୍ଚ୍‌ ଓପନ୍ ଚମ୍ପିଆନ୍ ହେବାରେ ବୟୋଜ୍ୟେଷ୍ଠ ଖେଳାଳି ପାଲଟିଛନ୍ତି କୋକୋଭିକ୍‌। ବିଶ୍ବ କୀର୍ତ୍ତିମାନ ସର୍ବାଧିକ ୧୦ ଥର ଜୋକୋଭିକ୍‌ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିବା ବେଳେ ୭ ଥର ୱିମ୍ବଲଡନ୍‌ ଚମ୍ପିଆନ୍ ହୋଇଛନ୍ତି। ସେ ୩ ଥର ଲେଖାଏଁ ଫ୍ରେଞ୍ଚ୍‌ ଓପନ୍‌ ଓ ୟୁଏସ୍‌ ଓପନ୍‌ ଜିତିଛନ୍ତି। ଅନ୍ୟପକ୍ଷ​‌େ​‌ର କାସ୍ପର ରୁଡ୍‌ କ୍ରମାଗତ ୨ ବର୍ଷ ଫ୍ରେଞ୍ଚ୍‌ ଓପନ୍‌ର ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ଏହି ବିଜୟ ସହ ସୋମବାର ଜୋକୋଭିକ୍‌ ୧ନଂ ମାନ୍ୟତା ଫେରିପାଇବେ। ୩୦ ବର୍ଷ ହେବା ପରେ ଜୋକୋଭିକ୍‌ ୧୧ଟି ଗ୍ରାଣ୍ଡସ୍ଲାମ୍ ଜିତି ପାରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories