www.samajalive.in
Monday, December 8, 2025
24.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣା : ୩ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ

ସୋର : ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ତନାଘନା ଚଳାଇଛି । ୧୦ ଜଣିଆ ସିବିଆଇ ଦଳ ଯାଞ୍ଚ ଜାରି ରଖିବା ସହ ୩ ଜଣ ରେଳ କର୍ମଚାରୀଙ୍କୁ ଉଠାଇ ନେଇଛନ୍ତି । ସେହିପରି ୯ ଜଣ ରେଳ କର୍ମଚାରୀ ସିବିଆଇ ନଜରରେ ରହିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ସିବିଆଇର ଅନୁମତି ନ ମିଳିବା ପର୍ଯ୍ୟନ୍ତ ବାହାନଗା ଷ୍ଟେସନରେ ଟ୍ରେନ ଅଟକିବ ନାହିଁ।

ଶନିବାର ସିବିଆଇ ଦଳ ତଦନ୍ତ କରିବା ପରେ ଜଣେ ଷ୍ଟେସନ ମାଷ୍ଟର, ଜଣେ ସିଗ୍‌ନାଲ ଟେକ୍‌ନିସିଆନ ଏବଂ ଜଣେ ଦକ୍ଷିଣ କେବିନ ଗେଟମେନଙ୍କୁ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେମାନଙ୍କୁ ସିବିଆଇ ଦଳ ଅଜ୍ଞାତ ସ୍ଥାନରେ ଅଟକ ରଖି ପଚରାଉଚରା ଚାଲିଛି । ଅନୁସନ୍ଧାନରୁ ଜଣାଯାଇଛି ଯେ ଦୁର୍ଘଟଣା ଦିନ ସକାଳୁ ସିଗ୍‌ନାଲରେ ତ୍ରୁଟି ରହିଥିବା କାର୍ଯ୍ୟରତ କର୍ମଚାରୀ ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ଷ୍ଟେସନ ମାଷ୍ଟର ସିଗ୍‌ନାଲ ତ୍ରୁଟି ଥିବା ଜାଣିବା ପରେ ଦୁର୍ଘଟଣା ଦିନ ପୂର୍ବାହ୍ନ ୧୦ଟାରେ ସମ୍ପୃକ୍ତ ଟେକ୍‌ନିସିଆନଙ୍କୁ ଡାକିଥିଲେ। ଟେକ୍‌ନିସିଆନ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେସନ ମାଷ୍ଟର ତାଙ୍କୁ ବାରମ୍ବାର ଫୋନ କରିଥିଲେ । ଟ୍ରେନ ଚଳାଚଳ କରିବା ପାଇଁ ସିଗ୍‌ନାଲ ଠିକ କରିଦେବାକୁ କହିଥିଲେ। ଦିନ ୧୧ଟାରେ ଟେକନିସିଆନ ଷ୍ଟେସନରେ ପହଞ୍ଚି ସିଗ୍‌ନାଲ ଠିକ କରିଥିଲେ। ଏହା ସଠିକ ଭାବେ କାମ କରୁଥିଲା କି ନାହିଁ, ତାହା ଷ୍ଟେସନ ମାଷ୍ଟର ଯାଞ୍ଚ କରିଥିଲେ କି ନାହିଁ ସନ୍ଦେହ ଘେରରେ ରହିଛି । ଅପରାହ୍ନରେ ଡିଉଟିରେ ଥିବା ଷ୍ଟେସନ ମାଷ୍ଟରଙ୍କ ସ୍ଥାନରେ ଅନ୍ୟ ଜଣେ ଷ୍ଟେସନ ମାଷ୍ଟର କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ସିଗ୍‌ନାଲ ସିଷ୍ଟମ୍‌ରେ ଗଡ଼ବଡ ହୋଇଥିବା ସିବିଆଇ ଜାଣିବାକୁ ପାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ଯେଉଁଥି ପାଇଁ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସିବିଆଇ ଦଳ ଏହି ତିନି କର୍ମଚାରୀଙ୍କୁ ପଚରାଉଚରା କରିବା ସହିତ ଅଧିକ ତଦନ୍ତ କରୁଛି । ଅନ୍ୟପକ୍ଷରେ ଷ୍ଟେସନ ମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କ ସିଡିଆର ରିପୋର୍ଟ ସିବିଆଇର ହସ୍ତଗତ ହୋଇଥିବା ଜଣାପଡ଼ିଛି । ସିବିଆଇ ଦଳ ତିନି କର୍ମଚାରୀଙ୍କୁ ପଚରାଉଚରା କରିବା ସହିତ ଦୁର୍ଘଟଣା ରାତିରେ ଦାୟିତ୍ୱରେ ରହିଥିବା ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ଗୁଡାଇ ତୁଡାଇ ପଚରା ଉଚରା କରୁଥିବା ଜଣାଯାଇଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories