www.samajalive.in
Wednesday, November 19, 2025
29.1 C
Bhubaneswar

ପ୍ରଥମ ଥର ଟ୍ରଫି ଜିତିଲା ଭାରତ

କାକାମିଗାହାରା (ଜାପାନ)  : ଭାରତୀୟ କନିଷ୍ଠ ମହିଳା ହକି ଦଳ ପ୍ରଥମ ଥର ପାଇଁ ଏସିଆ କପ୍‌ ବିଜେତା ଆଖ୍ୟା ଅର୍ଜନ କରିଛି। କାକାମିଗାହାରାରେ ଆୟୋଜିତ ଅଷ୍ଟମ କନିଷ୍ଠ ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାର ଫାଇନାଲ ରବିବାର ଖେଳାଯାଇଥିଲା। ଏଥିରେ ଭାରତ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଜେତା ହୋଇଛି। ଭାରତର ଏହି ବିଜୟରେ ଅନୁ ଓ ନିଲମ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆର ପଞ୍ଚମ ଥର ଟ୍ରଫି ଜିତିବାର ସ୍ବପ୍ନ ଚୁୁରମାର ହୋଇଯାଇଛି। ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳୁଥିବା ଭାରତ ପ୍ରାରମ୍ଭରୁ ପ୍ରତିପକ୍ଷ ଦକ୍ଷିଣ କୋରିଆକୁ କଡା ଟକ୍କର ଦେଇଥିଲା। ପ୍ରଥମ କ୍ବାର୍ଟର ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା।
ଦ୍ବିତୀୟ କ୍ବାର୍ଟର ତଥା ଖେଳର ୨୨ ମିନିଟ୍‌ରେ ଭାରତ ପକ୍ଷରୁ ଅନୁ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଭାରତର ଉକ୍ତ ଅଗ୍ରଣୀକୁ ଦକ୍ଷିଣ କୋରିଆ ବେଶି ସମୟ ତିଷ୍ଠି ରହିବାକୁ ଦେଇନଥିଲା। ୨୫ ମିନିଟ୍‌ରେ ଦକ୍ଷିଣ କୋରିଆ ପକ୍ଷରୁ ସିଓନ ପାର୍କ ଗୋଲ ଦେଇ ବରାବର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ସ୍କୋର ୧-୧ ଗୋଲ ବରାବର ରହିଥିଲା। ୩ୟ କ୍ବାର୍ଟରରେ ଭାରତ ବିପକ୍ଷ ଦକ୍ଷିଣ କୋରିଆ ଉପରେ ଚାପ ପକାଇ ଖେଳିଥିଲା। ୪୧ ମିନିଟ୍‌ରେ ଭାରତ ପକ୍ଷରୁ ନୀଲମ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୩ୟ କ୍ବାର୍ଟର ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟରରେ ଦକ୍ଷିଣ କୋରିଆ ଗୋଲ ବରାବର କରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣିସ ସୁଯୋଗ ଦେଇନଥିଲା। ଶେଷରେ ଭାରତ ୨-୧ରେ ମ୍ୟାଚକୁ ଜିତିବାରେ ସଫଳ ହୋଇଥିଲା। ଭାରତର ଅଞ୍ଜଳି ବାରୁଆ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ। ଭାରତ ଲିଗ୍‌ ପଯ୍ୟାୟରେ ୨୨-୦ ଗୋଲରେ ଉଜବେକିସ୍ତାନକୁ, ୨-୧ ଗୋଲରେ ମାଲେସିଆକୁ ପରାସ୍ତ କରିଥିବାବେଳେ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ ୨-୨ ଗୋଲ ବରାବର ରଖିଥିଲା। ଅନ୍ତିମ ମ୍ୟାଚରେ ଚାଇନିଜ୍‌ ତାଇପେକୁ ୧୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଭାରତ ୧-୦ ଗୋଲରେ ଜାପାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ପୂର୍ବରୁ ଭାରତ ପ୍ରଥମ ଥର ପାଇଁ ୨୦୧୨ରେ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଚୀନ୍‌ ନିକଟରୁ ୨-୫ ଗୋଲରେ ପରାଜିତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା।

Hot this week

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

Related Articles

Popular Categories