୫ଟି କ୍ୟାମେରା ସହ ନୋକିଆ-୯ ପିଓରଭ୍ୟୁର ବଜାରପ୍ରବେଶ
ନୂଆଦିଲ୍ଲୀ : ନୋକିଆ କମ୍ପାନୀ ତାର ନୋକିଆ-୯ ପିଓରଭ୍ୟୁ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ଫୋନର ଖାସକଥା ହେଉଛି ଏହାର ପଛପଟେ ପାଞ୍ଚଟି କ୍ୟାମେରା ଦିଆଯାଇଛି। ଏଥିରେ ୩ମୋନୋକ୍ରୋମ ଏବଂ ୨ଆରଜିବି ଲେନ୍ସ ରହିଛି ଏବଂ ସବୁ କ୍ୟାମେରା ଏଫ୍/୧.୮୨ ଅଫର୍ଚର ରହିଛି। ଏଥିରେ ୫.୯୯ଇଞ୍ଚର ୨କେ ସ୍କ୍ରିନ, ୬ଜିବି ରାମ ସହିତ କ୍ୱାଲାକମର ସ୍ନାପଡ୍ରାଗନ ୮୪୫ଚିପସେଟ୍ ଦିଆଯାଇଛି। ଏହା ନୋକିଆ-୯ ପିଓର ଭ୍ୟୁ ଆଣ୍ଡ୍ରଏଡ ପାଇରେ ଚାଲିଥାଏ।
ଏଚମ୍ଡି ଗ୍ଲୋବାଲ ଖବର ଅନୁସାରେ, ନୋକିଆ-୯ ପିଓରଭ୍ୟୁ କେବଳ ମିଡନାଇଟ ବ୍ଲୁରଙ୍ଗରେ ଲଞ୍ଚ କରାଯିବ। ଏଥିରେ କ୍ୟାମେରା ସିଷ୍ଟମକୁ ଲାଇଟ ସହିତ ମିସାଇ ଡେଭଲପ କରାଯାଇଛି। କ୍ୟାମେରା ସିଷ୍ଟମକୁୁ ଭଲ କରିବାପାଇଁ ଏଚଏମ୍ଡି ଗ୍ଲୋବାଲ ସ୍ନାପଡ୍ରାଗନ ଏବଂ ଗୁଗୁଲ ସହ ମିସି କାମ କରିଛି। ଯାହାଦ୍ୱାରା ସ୍ନାପଡ୍ରାଗନ ୮୪୫ଚିପସେଟ୍ ଭଲ ବ୍ୟାବହାର ହୋଇପାରିବ ଏବଂ ଗୁଗୁଲ ଫଟୋ ଆପ ଭଲଭାବେ କାମକରିପାରିବ। ଫୋନର ସମସ୍ଥ କ୍ୟାମେରାର ଲେନ୍ସ ଜାଇସରେ ସାର୍ଟିଫାଏଡ୍ ରହିଛି। ଏଥିରେ ତିନୋଟି ଲେନ୍ସ ୧୨ମେଗାପିକ୍ସେଲ ମୋନୋକ୍ରୋମ ସେନସର ଏବଂ ୨, ୧୨ମେଗାପିକ୍ସେଲ ସେନସର ରହିଛି। ଏଥିରେ ଗୋଟିଏ କ୍ୟାମେରାକୁ ବ୍ୟାବହାର କରିବା ମାତ୍ରେ ପାଞ୍ଚଟି ଲେନ୍ସ ଏକାଠି କାମ କରିବା ଆରମ୍ଭ କରିବା ସହ ଗୋଟିଏ ସିଙ୍ଗଲ ଇମେଜ ପ୍ରସ୍ତୁତ କରିଥାନ୍ତି। ଏହାର ଆଗପଟେ ୨୦ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି।
ନୋକିଆ-୯ ପିଓର ଭ୍ୟୁରେ ଇନ୍-ଡିସପ୍ଲେ ଟିପଚିହ୍ନ ସେନସର ସହିତ ୧୮.୫:୯ ଆସପେକ୍ଟ ରେଶିୟୋ ଥିବା ୫.୯୯ଇଞ୍ଚର କ୍ୱାର୍ଡ-ଏଚଡି ପ୍ଲସ(୧୪୪୦/୨୯୬୦ ପିକ୍ସଲ) ସ୍କ୍ରିନ ଦିଆଯାଇଛି। ଫୋନରେ ୬ଜିବି ରାମ ଏବଂ ୧୨୮ଜିବି ଇନବିଲିଟି ଷ୍ଟୋରେଜ୍, ୟୁଏସବି-ଟାଇପ୍ ସି ପୋର୍ଟ, ଓୟାରଲେସ୍ ଚାର୍ଜିଙ୍ଗ ସପୋର୍ଟ ସହିତ ୩୨୨୦ଏମଏଚର ବ୍ୟାଟେରୀ ଦିଆଯାଇଛି। ଫୋନରେ ସଂଯୋଗ ପାଇଁ ୱାଇ-ଫାଇ ୫, ବ୍ଲୁଟୁଥ ୫.୦ ଦିଆଯାଇଛି। ଏହାବ୍ୟତୀତ ଜଳ ଏବଂ ଧୂଳିରୁ ରକ୍ଷାକରିବାପାଇଁ ଫୋନଟି ଆଇପି-ସାର୍ଟିଫାଏଡ ରହିଛି।
ଏହି ଫୋନର ମୂଲ୍ୟ ୪୯,୭୦୦ଟଙ୍କା। ଏହାର ବିକ୍ରି ମାର୍ଚ୍ଚରୁ ଆରମ୍ଭ ହେବ। ମାତ୍ର ଭାରତରେ କେବେ ବିକ୍ରି ଆରମ୍ଭ ହେବ ତାହାର କୌଣସି ସୂଚନା ଦିଆଯାଇନାହିଁ।