ଇମ୍ଫାଲ : ସମସ୍ତ ପଦକ୍ଷେପ ସତ୍ତ୍ବେ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ଏଥିପାଇଁ ରାଜ୍ୟରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ। ଅର୍ଥନୈତିକ ବିକାଶରେ ବ୍ୟାଘାତ ଘଟିବା ସହିତ ପୁରା ରାଜ୍ୟ ନାନା ସମସ୍ୟା ଦେଇ ଗତି କରୁଛି। ସେପଟେ ହିଂସା ଭୟରେ ସରକାରୀ ଅନୁଷ୍ଠାନର କୌଣସି କର୍ମଚାରୀ କାମକୁ ଆସୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ଏଭଳି ଲୋକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏଣିକି କାମ ନ କଲେ ପଇସା ମିଳିବନି ବା ‘ନୋ ୱାର୍କ ନୋ ପେ’ ନିୟମ ଲାଗୁ ହେବ। ସରକାରୀ କର୍ମଚାରୀଙ୍କ ପାଇଁ ଏହି ହ୍ବିପ ମଣିପୁର ସରକାର ଜାରି କରିଛନ୍ତି।
Popular Categories



