www.samajalive.in
Monday, December 8, 2025
27.1 C
Bhubaneswar

ଅଣ ଗେଜେଟେଡ ବନ ସେବା ସଂଘ ପକ୍ଷରୁ ୫ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ

ଦେବଗଡ଼: ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ(ଏସଏସଏଫ) ଗଠନ ସମେତ ୫ ଦଫା ଦାବୀରେ ମଙ୍ଗଳବାର ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ, ଦେବଗଡ଼ ଜୋନ ପକ୍ଷରୁ ଦେବଗଡ଼ ଜିଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉକ୍ତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବନଖଣ୍ଡ ଅଧିକାରୀଙ୍କୁ ଉକ୍ତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଆଜି ମଧ୍ୟାହ୍ନରେ ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ, ଦେବଗଡ଼ ଜୋନର ସଭାପତି ଭୀମସେନ ଶତପଥି ଓ ସମ୍ପାଦକ ଦେବରାଜ ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଡେପୁଟୀ ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ, ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପରୋକ୍ତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିସହ ଆଗାମୀ ଜୁଲାଇ ୮ ତାରିଖ ମଧ୍ୟରେ ଦାବୀଗୁଡ଼ିକ ପୂରଣ ନହେଲେ ସମୂହ ଛୁଟି ସହିତ ଜୁଲାଇ ୧୦ ତାରିଖଠାରୁ ଭୁବନେଶ୍ୱର ସ୍ଥିତ ପିଏମ୍‌‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉକ୍ତ ସ୍ମାରକପତ୍ର ଜରିଆରେ ଚେତାବନୀ ଦେଇଥିବା ଜଣାପଡ଼ିଛି। ଉପରୋକ୍ତ ଦାବୀଗୁଡିକ ମଧ୍ୟରେ ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ(ଏସଏସଏଫ) ଗଠନ, ବନ ବିଭାଗ କ୍ଷେତ୍ର କର୍ମଚାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର କଲ୍ୟାଣ ଅନୁଦାନ(ସ୍ପେସିଆଲ ୱେଲଫେୟାର ଫଣ୍ଡ), ବନ ବିଭାଗ(ଟେରିଟୋରିଆଲ, କେନ୍ଦୁପତ୍ର ଏବଂ ବନ୍ୟଜନ୍ତୁ)ର ସମନ୍ୱିତ ବନାଞ୍ଚଳ, ବନ ବିଭାଗର ବିଟ୍, ସେକ୍ସନ ଓ ବନାଞ୍ଚଳର ସମୀକ୍ଷା, ପୁନଃ ଗଠନ ଏବଂ ସଂଖ୍ୟା ବୃଦ୍ଧି ଏବଂ ତେଲେଙ୍ଗାନା ମଡେଲ ଅନୁଯାୟୀ ମୃତକ ବନ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁକମ୍ପାମୂଳକ ସହାୟତା ରାଶିର ବ୍ୟବସ୍ଥା ଆଦି ଦାବୀ ଅନ୍ତର୍ଭୁକ୍ତ ରହିଛି। ସ୍ମାରକପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅଣଗେଜେଟେଡ ବନ ସେବା ସଂଘ, ଦେବଗଡ଼ ଜୋନର ଭୋଳେଶ୍ୱର ସାହୁଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories