www.samajalive.in
Friday, December 12, 2025
16.1 C
Bhubaneswar

ଉପସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ, ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ଭରସାରେ ୫୦ ଗ୍ରାମର ଅଧିବାସୀ

ଫୁଲବାଣୀ: କନ୍ଧମାଳ ଜିଲାରେ ବର୍ଷବର୍ଷ ଧରି ସ୍ୱାସ୍ଥ୍ୟସେବାରେ ସୁଧାର ଆସିପାରୁନାହିଁ। ବଣପାହାଡ ଘେରା ଏହି ଜିଲ୍ଲାର ଦ୍ୱିତୀୟ ବୃହତମ ବ୍ଲକ ହେଉଛି ଫିରିଙ୍ଗିଆ ବ୍ଲକ। ଏହି ବ୍ଲକରେ ସ୍ୱାସ୍ଥ୍ୟ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ବର୍ଷ ବର୍ଷ ଧରି ଉଭା ହୋଇ ରହିଛି। ବିଶେଷ କରି ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳମାନଙ୍କରେ ବସବାସ କରୁଥିବା ଅଧିବାସୀମାନେ ଅନେକ ସମୟରେ ସାଧାରଣ ସ୍ୱାସ୍ଥ୍ୟସେବା ପାଇବାରୁ ମଧ୍ୟ ବଞ୍ଚିତ ହୋଇଥାଆନ୍ତି। ବ୍ଲକ ମୁଖ୍ୟାଳୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ରହିଛି ଡ଼ାକ୍ତର ଅଭାବ। ଡାକ୍ତର ଅଭାବରୁ ରୋଗି ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ସେହଭଳି ବ୍ଳକର ବିଭିନ୍ନ ଉପାନ୍ତ ଅଞ୍ଚଳ ମାନଙ୍କରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମଧ୍ୟ ଏକାପରିସ୍ଥିତି। ବ୍ଲକର ବଣପାହାଡ ଘେରା ଉପାନ୍ତ ଅନଚଳର ରୋଗୀମାନଙ୍କ ସୁବିଧା ପାଇଁ ବିଭିନ୍ନ ପଞ୍ଚାୟତମାନଙ୍କରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ଭଳି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ କେନ୍ଦ୍ର ଖୋଳାଯାଇଥିବା ବେଳେ କେଉଁଠେ ଡ଼ାକ୍ତର ଭଆବ ରହିଛି ତ ପୁଣି କେଉଁଠେ ଅନ୍ୟ କର୍ମଚାରୀଙ୍କ ଅଭାବ ରହିଛି। ଏଭଳି କିଛି ସ୍ୱାସ୍ଥ୍ୟକେନ୍ଦ୍ର ଅଛି ଯେଉଁଠିକି କୌଣସି ମଧ୍ୟ ସ୍ୱାସ୍ଥ୍ୟକର୍ମୀ ଯାଉନାହାନ୍ତି। ଏପରି ଏକ ଉପସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ଫିରିଙ୍ଗିଆ ବ୍ଲକର ଜାଜେସପାଙ୍ଗା ଠାରେ ଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ର। ଦୀର୍ଘ ବର୍ଷେ ହେଲା ଏହି ଉପସ୍ୱସ୍ଥ୍ୟ କେନ୍ଦ୍ରରେ କାର୍ଯରତ ମହିଳା ସ୍ୱାସ୍ଥ୍ୟକର୍ମୀ ଆସୁ ନ ଥିବାରୁ ରୋଗି ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ବର୍ତମାନ କେବଳ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମିଙ୍କ ଭରସାରେ ଚାଲିଛି ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ର। ମହିଳା ସ୍ୱାସ୍ଥ୍ୟକର୍ମି ଜଣକ କୌଣସି କାରଣ ଯୋଗୁଁ ବର୍ଷେ ହେଲା ଛୁଟିରେ। ଯିବା ଦିନଠାରୁ ଆଉ ସେ ଆସିନାହାନ୍ତି। ବର୍ତ୍ତମାନ ଜଗନ୍ନାଥ ପରିଡା ନାମକ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ଭରସାରେ ଚାଲିଛି ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ର। ସ୍ୱାସ୍ଥ୍ୟକର୍ମୀ ଆସୁନଥିବାରୁ କେନ୍ଦ୍ରରେ ଥିବା ଲକ୍ଷାଧିକ ଟଙ୍କାର ଜନ୍ତ୍ରାଂଶ ଖତଖାଇବାକୁ ବସିଲାଣି। ଅନ୍ୟପଟେ ବିଶେଷ କରି ମହିଳା ସ୍ୱାସ୍ଥ୍ୟକର୍ମୀ ଅନୁପସ୍ଥିତ ଯୋଗୁଁ ଅଞ୍ଚଳର ମହିଳା ରୋଗି ବା ଗର୍ଭବତୀ ମହିଳାମାନେ ଠିକ୍‍ ଭାବେ ସେବା ପାଇବାରୁ ବଂଚିତ ହେଉଥିବାର ଅଭିଯୋଗ ହୋଇଛି। ଜାଜେସପାଙ୍ଗା ଉପସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦୁଇଟି ପଞ୍ଚାୟତର ପ୍ରାୟ ୫୦ଟି ଗାଁର ଅଧିବାସୀମାନେ ନିର୍ଭର କରିଥାନ୍ତି। ଜଣେ ମାତ୍ର ଭରସାରେ ଚାଲିଥିବା ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ୟଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନ ଥିବା ଯୋଗୁଁ ଏହାକୁ ନେଇ ଦିନକୁ ଦିନ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେ.ସାଇ ରଜତ ରଶ୍ମିଙ୍କୁ ପଚାରିବାରୁ ଘଟଣାକୁ ସ୍ୱିକାର କରିବା ସହ ଏହି ସମସ୍ୟା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି ଓ ଖୁବ କମ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories