www.samajalive.in
Friday, December 5, 2025
26.1 C
Bhubaneswar

ଇଂଲଣ୍ଡରୁ ଅମୃତସର ଆସିଥିବା ୮୪୧ ଯାତ୍ରୀ ଗାଏବ

ଚଣ୍ଡୀଗଡ଼: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ତେବେ ଏହା ପୂର୍ବରୁ ବ୍ରିଟେନରୁ ଭାରତକୁ ଆସିଥିବା ଯାତ୍ରୀଙ୍କୁ ଠାବ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବର ଅମୃତସରକୁ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ୮୪୧ ଯାତ୍ରୀ ଗାଏବ ଥିବା ସୂଚନା ମିଳିଛି। ଏହି ଯାତ୍ରୀମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

ନିକଟରେ ୧୫୫୦ ଯାତ୍ରୀ ବ୍ରିଟେନରୁ ଆସି ଅମୃତସର ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ବିମାନବନ୍ଦର କର୍ତ୍ତୃପକ୍ଷ କେବଳ ୭୦୯ ଯାତ୍ରୀଙ୍କ ବିବରଣୀ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛି। ଅନ୍ୟ ୮୪୧ ଯାତ୍ରୀଙ୍କ ବିଷୟରେ କୌଣସି ସୂଚନା ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ।

- Advertisement -

ଇଂଲଣ୍ଡରୁ ପଞ୍ଜାବ ପହଞ୍ଚୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବା ସହିତ ସେମାନଙ୍କୁ ଟ୍ରେସ୍‌ କରିବା କାର୍ଯ୍ୟ ସିଭିଲ ସର୍ଜନ କରିବେ ବୋଲି ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ବଲବୀର ସିଂହ ନିର୍ଦେଶ ଦେଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ପଞ୍ଜାବରେ ପହଞ୍ଚିଥିବା ୮ ଯାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ନମୁନାକୁ ପରୀକ୍ଷା ପାଇଁ ପୁଣେସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜିକୁ ପଠାଯିବ। ଏହା ସହିତ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ତାଲିକା ସମସ୍ତ ଜିଲାକୁ ପଠାଇ ଦିଆଯାଇଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories