www.samajalive.in
Monday, December 8, 2025
14.1 C
Bhubaneswar

ଶୀତଳଷଷ୍ଠୀ ଓ ଚମ୍ପକ ଦ୍ୱାଦଶୀରେ ଫୁଟିବ ନାହିଁ ବାଣ

ପିପିଲି: ପବିତ୍ର ଶୀତଳଷଷ୍ଠୀ ଓ ଚମ୍ପକ ଦ୍ୱାଦଶୀ ପାଳନ ବେଳେ ପିପିଲି ଅଞ୍ଚଳରେ କୌଣସି ପ୍ରକାର ବାଣ ଫୁଟାଯାଇପାରିବ ନାହିଁ। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ବାଣ ବିସ୍ଫୋରଣ ଘଟଣା ପରେ ଏସ୍‌‌ପିଙ୍କ ନିର୍ଦ୍ଦେଶକ୍ରମେ ପିପିଲି ପୁଲିସ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ୍‌‌ ଲଗାଇବା ସହ ସମସ୍ତଙ୍କୁ କଡା ଚେତାବନୀ ଦେଇଛି।

ଶୀତଳଷଷ୍ଠୀ ଯାତ୍ରା ଅବସରରେ ବାଗେଶ୍ୱରପୁର ଗ୍ରାମରେ କାଠଚକ୍ର ବାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଥିବା ବେଳେ ପବିତ୍ର ଚମ୍ପକ ଦ୍ୱାଦଶୀ ପର୍ବ ପାଳନ ଅବସରରେ ଦାଣ୍ଡମୁକୁନ୍ଦପୁର ଗ୍ରାମରେ ପ୍ରସିଦ୍ଧ କାଠଚକ୍ର ବାଣଯାତ୍ରା କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଅଛି। ଏଥିପାଇଁ ଉଭୟ ଗ୍ରାମରେ କାଠଚକ୍ର ବାଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ପିପିଲି ପୁଲିସ ସେସବୁକୁ ବନ୍ଦ କରିଦେଇଛି। ଉଭୟ ଗ୍ରାମ୍ୟର କମିଟି ସହ ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ଏ ସଂପର୍କରେ ଆଲୋଚନା କରିବା ସହ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ୍‌‌ ଲଗାଇଛନ୍ତି। ଉଭୟ ପର୍ବ ପାଳନ ସମୟରେ କୌଣସି ପ୍ରକାର ବାଣ ଫୁଟାଯିବ ନାହିଁ ବୋଲି ଉଭୟ କମିଟି ପ୍ରତିଶୃତି ଦେଇଥିବା ସଂପର୍କରେ ଆଇଆଇସି ସୂଚନା ଦେଇଛନ୍ତି। ଏହା ସହ ଠାକୁରଙ୍କ ଶୋଭାଯାତ୍ରା ସମୟରେ ମଧ୍ୟ କୌଣସି ପ୍ରକାର ବାଣ ଫୁଟାଯାଇପାରିବ ନାହିଁ। ଏଥିରେ ବ୍ୟତିକ୍ରମ ହେଲେ ଆଇନ ଅନୁଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀଖଣ୍ଡାୟତରାୟ ଚେତାବନୀ ଦେଇଛନ୍ତି। କାଠଚକ୍ର ବାଣ ସମେତ ଅନ୍ୟ ବାଣ ପ୍ରସ୍ତୁତି ଉପରେ ପୁଲିସ କଡା ନଜର ରଖିଥିବା ବେଳେ ବିଭିନ୍ନ ଗ୍ରାମରେ ଥିବା ପୁଲିସ ସୂଚନାଦାତାମାନଙ୍କୁ ଏ ବାବଦରେ ଖବର ଦେବା ପାଇଁ ପୁଲିସ ସଜାଗ ରଖିଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories