www.samajalive.in
Monday, November 17, 2025
17.1 C
Bhubaneswar

ଟିକେଟ ବୁକିଂର ୪୮ଘଣ୍ଟା ପରେ ବି ହେବ କ୍ୟାନସେଲ୍‌: ନୂଆ ନିୟମ ଆଣିବ ଡିଜିସିଏ

ସମାଜ ଡିଜିଟାଲ ଡେସ୍କ: ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଟିକେଟ୍‌ ବୁକିଂ କରିବାର ୪୮ଘଣ୍ଟା ପରେ ବି ହୋଇପାରିବ କ୍ୟାନସେଲ୍‌ । ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ । ୪୮ଘଣ୍ଟା ପରେ ବି ଆପଣ ଚାହିଁଲେ ଟିକେଟ କ୍ୟାନସେଲ କିମ୍ବା ପରିବର୍ତ୍ତନ କରିପାରିବେ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଏଥିପାଇଁ କିଛି ନୂଆ ନିୟମ ଆଣିବାକୁ ଯାଉଛି । ଡିଜିସିଏ ଏଥିପାଇଁ ଏକ ଡ୍ରାଫ୍ଟ ଜାରି କରି ଲୋକଙ୍କ ମତାମତ ଲୋଡିଛି ।

ଡିଜିସିଏ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଖରୁ ଏଥିପାଇ ମତାମତ ଲୋଡିଛି । ଯଦି ସବୁକିଛି ଠିକ୍‌ ଠାକ୍‌ ହୁଏ, ତେବେ ନିୟମ ଗୁଡିକ ଖୁବଶୀଘ୍ର ଚୂଡାନ୍ତ ହେବ, କିନ୍ତୁ କେବେ କାର୍ଯ୍ୟକାରୀ ସେନେଇ ତାରିଖ କିଛି ଘୋଷଣା ହୋଇନାହିଁ ।

- Advertisement -

ଜାଣନ୍ତୁ ନୂତନ ନିୟମ କଣ ହେବ
୧- ଟିକେଟ ବୁକିଂ ପରେ ଆପଣଙ୍କର ୪୮ଘଣ୍ଟାର ଲୁକ୍‌-ଇନ୍‌ ପିରିୟଡ୍‌ ରହିବ । ଏହାର ଅର୍ଥ ହେଉଛି ଆପଣଙ୍କୁ ବିବରଣୀଗୁଡିକ ଭଲ ନଲାଗିଲେ ସତର୍କତାର ସହ ବିଚାର କରିପାରିବେ ଏବଂ ଟିକେଟ୍‌ କ୍ୟାନସେଲ୍‌ କରିପାରିବେ । ଯଦି ଟିକେଟ ବୁକିଂ କଲାବେଳେ ନାମରେ ତ୍ରୁଟି ଥାଏ, ତେବେ ଏହାକୁ ଆପଣ ୨୪ଘଣ୍ଟା ମଧ୍ୟରେ ମାଗଣା ସଂଶୋଧନ କରିପାରିବେ । ଜରୁରୀକାଳୀନ ପରିସ୍ଥିତିରେ ଏୟାରଲାଇନ୍ସ ମଧ୍ୟ ଫେରସ୍ତ ପ୍ରଦାନ କରିପାରିବ ।

୨- ଯାତ୍ରୀ ସିଧାସଳଖ ଏୟାରଲାଇନ୍ସର ୱେବସାଇଟରୁ କିମ୍ବା ଟ୍ରାଭେଲ୍‌ ଏଜେଣ୍ଟ କିମ୍ବା ପୋର୍ଟାଲ୍‌ ମାଧ୍ୟମରେ ଟିକେଟ୍‌ ବୁକ୍‌ କରିଥିଲେ, ଏୟାରଲାଇନ୍ସ ଫେରସ୍ତ ପାଇଁ ଦାୟୀ ରହିବ । ୨୧ଦିନ କାର୍ଯ୍ୟ ଦିବସ ଭିତରେ ଟଙ୍କା ଫେରସ୍ତ କରାଯିବ ।

୩- ଯଦି ଆପଣ ଟିକେଟରେ ପରିବର୍ତ୍ତନ କରୁଛନ୍ତି, ତେବେ କେବଳ ନୂତନ ବିମାନ ପାଇଁ ଭଡା ପୃଥକ ଚାର୍ଜ କରାଯିବ । ତଥାପି, ଏହି ସୁବିଧା କେବଳ ସେତେବେଳେ ଉପଲବ୍ଧ ହେବ ଯଦି ବିମାନରେ ପ୍ରସ୍ଥାନ ତାରିଖ ବୁକିଂ ତାରିଖରୁ ଅତି କମରେ ୫ଦିନ (ଘରୋଇ) କିମ୍ବା ୧୫ଦିନ (ଆନ୍ତର୍ଜାତୀୟ) ଦୂରରେ ହୋଇଥିବ ।

ଏବେ ବିମାନ କମ୍ପାନୀଗୁଡିକ ନିଜସ୍ୱ ଇଚ୍ଛା ଅନୁଯାୟୀ ଶୁଳ୍କ ଆଦାୟ କରୁଛନ୍ତି । ବର୍ତ୍ତମାନ ଭାରତରେ ବିମାନ ଟିକେଟ୍‌ କ୍ୟାନସେଲ୍‌ ପାଇଁ କୌଣସି ମାନକ ୪୮ଘଣ୍ଟାର ଗ୍ରେସ୍‌ ପିରିୟଡ୍‌ ନାହିଁ । ଅଧିକାଂଶ ବିମାନ କମ୍ପାନୀଗୁଡିକ ନିଜସ୍ୱ ନୀତି ଅନୁଯାୟୀ ଶୁଳ୍କ ଆଦାୟ କରନ୍ତି ।
ରିଫଣ୍ଡ ପ୍ରକ୍ରିୟା ମଧ୍ୟ ଧୀର ଅଟେ, ଯାହା ଯାତ୍ରୀମାନଙ୍କୁ ଅସୁବିଧାର କାରଣ ହୁଏ । ବିଶେଷକରି ଟ୍ରାଭେଲ୍‌ ଏଜେଣ୍ଟ କିମ୍ବା ପୋର୍ଟାଲ ମାଧ୍ୟମରେ ବୁକିଂ ହୋଇଥିଲେ ରିଫଣ୍ଡରେ ବିଳମ୍ବ ହୋଇଥାଏ । ଡିଜିସିଏର ନୂଆ ପ୍ରସ୍ତାବ ଏହି ସମସ୍ୟା ଗୁଡିକର ସମାଧାନ କରିବା ଏବଂ ଯାତ୍ରୀମାନଙ୍କ ପାଇଁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ପ୍ରଦାନ କରିବା ଲକ୍ଷ୍ୟ ରଖିଛି ।

Hot this week

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

Related Articles

Popular Categories