www.samajalive.in
Friday, December 5, 2025
23.1 C
Bhubaneswar

ପ୍ରଚାରକୁ ଆସିଲେ ହେଲେ ମୋ ବାପାଙ୍କ ଏକାଦଶାହରେ ଆସିନଥିଲେ ନବୀନ : ଜୟ ଢୋଲକିଆ

ନୂଆପଡ଼ା : ବିଜେଡି ସୁପ୍ରିମୋଙ୍କ ବେଇମାନ ଉପଖ୍ୟାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସକାଳୁ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋ ବାପାଙ୍କ ସହ ନବୀନ ପଟ୍ଟନାୟକଙ୍କର ଭଲ ସମ୍ପର୍କ ଥିଲା। ସେ ମୋର ପିତୃତୁଲ୍ୟ ଥିଲେ। ହେଲେ ଯେତେବେଳେ ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିଲେ । ସେତେବେଳେ ଥରୁଟିଏ ମଧ୍ୟ ନବୀନ ଫୋନ୍ କରିନଥିଲେ କିମ୍ବା ଦେଖିବାକୁ ଆସିନଥିଲେ। ଏପରିକି ବାପାଙ୍କ ପରଲୋକ ପରେ ଶ୍ରଦ୍ଧାଞ୍ଜଳୀ ସଭାକୁ ମଧ୍ୟ ଆସିନଥିଲେ ।
ଆଗରୁ କେବେ ନୂଆପଡ଼ାରେ ପାଦ ପଡୁ ନଥିଲା । ହେଲେ ଏବେ ନିର୍ବାଚନବେଳେ ନୂଆପଡ଼ା କଥା ମନେପଡ଼ିଲା । ଭୋଟର ସବୁ ଜାଣନ୍ତି, ସେମାନେ ବିଚାର କରିବେ ବୋଲି କ୍ଷୋଭ ଭରା ସ୍ବରରେ କହିଛନ୍ତି ଜୟ ଢୋଲକିଆ ।

ସେପଟେ କିନ୍ତୁ ଜୟଙ୍କ ଅଭିଯୋଗକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା । ସେ କହିଛନ୍ତି, ବିଜେଡିରୁ ତିନି ତିନିଥର ବିଧାୟକ ଏବଂ ମନ୍ତ୍ରୀ ପରିଷଦରେ ସ୍ଥାନିତ ହୋଇଛନ୍ତି ରାଜେନ୍ଦ୍ର ଢୋଲକିଆ । ତାଙ୍କ ବିଚାରଧାରାକୁ ହତ୍ୟା କରି ସେ ବିଜେପି ଗଲେ । ସେ ନିଜେ କହିଥିଲେ ବିଜେଡ଼ି ପ୍ରାର୍ଥୀ ହେବେ । ତାପରେ ଦିଲ୍ଲୀରେ କଣ ଡିଲ୍‌ ହେଲା ସେ ବିଜେପି ପଳାଇଲେ । ନବୀନ ପଟ୍ଟନାୟକ ରାଜୁ ଢୋଲକିଆଙ୍କ ମରଶରୀର କିପରି ଚେନ୍ନାଇରୁ ଆସିବ ସେଥିପାଇଁ ଫ୍ଲାଇଟ୍‌ ବ୍ୟବସ୍ଥା କରିଥିଲେ । ଶ୍ରଦ୍ଧାଞ୍ଜଳୀ ସଭାରେ ସମସ୍ତ ବିଜୁ ପ୍ରେମୀ ଓ ଢୋଲକିଆ ପ୍ରେମୀ ଏକାଠି ହୋଇଥିଲେ । ନବୀନ ବାବୁ ଦିଲ୍ଲୀରେ ଥିବାରୁ ଭର୍ଚୁଆଲ୍‌ରେ ଯୋଗ ଦେଇଥିଲେ । ହେଲେ ଏବେ ଜୟ ଢୋଲକିଆ କିନ୍ତୁ ସବୁ ଭୁଲି ବିଜେପିରେ ସାମିଲ ହୋଇଛନ୍ତି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories