www.samajalive.in
Monday, December 8, 2025
24.1 C
Bhubaneswar

କେରଳରେ ମଦ-ପାସ୍ ଉପରେ ଅଦାଲତର ରହିତାଦେଶ

କୋଚି : ଲୋକଙ୍କୁ ମଦ ଯୋଗାଇବା ନିମନ୍ତେ ପାସ୍ ଯୋଗାଣ ନିମନ୍ତେ ସରକାରୀ ନିର୍ଦେଶନାମା ଉପରେ ରହିତାଦେଶ ଲଗାଇଛନ୍ତି କେରଳ ହାଇକୋର୍ଟ । କେରଳ ସରକାରୀ ଡ଼ାକ୍ତରୀ ସଂଘ (କେଜିଏମ୍ଓଏ)ର ଆବେଦନର ବିଚାର କରି ଅଦାଲତ ଏହି ରହିତାଦେଶ ଦେଇଛନ୍ତି । ଏହା ସହିତ ସରକାରଙ୍କୁ ନିଜ ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରିବା ନିମନ୍ତେ ବିଚାରପତି ଏ.କେ.ଜୟଶଙ୍କରନ୍ ନାମ୍ବିଆର ଓ ସାଜି ପି ଚାଲି ଗୋଟିଏ ସପ୍ତାହ ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ ଲକ୍ ଡ଼ାଉନ ସମୟରେ ସରକାର ରାଜ୍ୟର ମଦ ଦୋକାନ ବନ୍ଦ କରିଥିଲେ । ମାତ୍ର ଏହାକୁ ନେଇ କିଛି ଲୋକ ଆପତ୍ତି ଉଠାଇଥିଲେ । ତେଣୁ ଜରୁରୀ ଆବଶ୍ୟକତା ନିମନ୍ତେ ଡ଼ାକ୍ତରୀ ଚିଠାରେ ଉଲ୍ଲେଖ ଥିଲେ କୌଣସି ବ୍ୟକ୍ତିଙ୍କୁ ମଦ ଦିଆଯାଇ ପାରିବ ବୋଲି ଘୋଷଣା କରିଥିଲେ । ଏପରି ବ୍ୟକ୍ତିମାନେ ଡ଼ାକ୍ତରୀ ଚିଠା ସହ ନିର୍ଦ୍ଧାରିତ ଫର୍ମରେ ସରକାରଙ୍କୁ ଆବେଦନ କରିବା ପରେ ରାଜ୍ୟ ପାନୀୟ ନିଗମ ସେମାନଙ୍କ ଘରକୁ ମଦ ପଠାଇ ଦେବାକୁ (ହୋମ୍ ଡ଼େଲିଭରୀ) ବ୍ୟବସ୍ଥା କରାଯାଇଥିଲା।
ଗତକାଲି ମଙ୍ଗଳବାର ଗୋଟିଏ ଦିନରେ ପ୍ରାୟ ୪୦ ଜଣ ବ୍ୟକ୍ତି ମଦ ପାସ୍ ନିମନ୍ତେ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ମାତ୍ର ଏହାକୁ କେରଳ ସରକାରୀ ଡ଼ାକ୍ତର ସଂଘ ବିରୋଧ କରିଥିଲେ। କୌଣସି ସରକାରୀ ଡ଼ାକ୍ତର ଔଷଧ ଚିଠାରେ ମଦ ପିଇବାକୁ ରୋଗୀକୁ ପରାମର୍ଶ ଦେଇ ନାହାନ୍ତି ବୋଲି ସେମାନେ ଦାବି କରି ଏପରି ନିୟମକୁ ରଦ୍ଦ କରିବାକୁ ଦାବି କରିଥିଲେ ।
ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଲକ୍ ଡ଼ାଉନ୍ ଯୋଗୁଁ କେତେସ୍ଥାନରେ ଲୋକମାନେ ବିଷାଦର ଶିକାର ହୋଇଛନ୍ତି ଓ କେତେକଙ୍କଠାରେ ଆତ୍ମହତ୍ୟା ପ୍ରବୃତ୍ତି ଜାଗ୍ରତ ହୋଇଛି । ଯେଉଁମାନେ ନିୟମିତ ମଦ୍ୟପାନ କରୁଛନ୍ତି ସେମାନଙ୍କ ନିମନ୍ତେ ଲକ୍ଡ଼ାଉନ ସମୟରେ ମଦ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ତେବେ ଏ ପ୍ରକାର ଯୁକ୍ତିକୁ ଅଦାଲତ ଗ୍ରହଣ କରି ନାହାନ୍ତି । ଅତ୍ୟାବଶ୍ୟକ କ୍ଷେତରେ ନିୟନ୍ତ୍ରିତ ଭାବରେ ମଦ ଯୋଗାଇ ଦିଆଯାଇପାରେ ବୋଲି ଅଦାଲତ ମତ ଦେଇଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories