www.samajalive.in
Monday, December 8, 2025
24.1 C
Bhubaneswar

୯୫% କରୋନା ମୃତକଙ୍କ ବୟସ ୬୦ରୁ ଅଧିକ : ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅଧିକାରୀଙ୍କ ସୂଚନା

ଜେନେଭା : କରୋନାରେ ସାରା ବିଶ୍ବରେ ଯେତେ ମୃତ୍ୟୁ ଘଟିଛି ସେମାନଙ୍କ ମଧ୍ୟରୁ ୯୫% ମୃତକଙ୍କ ବୟସ ହେଉଛି ୬୦ ବର୍ଷରୁ ଉର୍ଦ୍ଧ୍ବ। ଏପରିକି ମୃତକଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ହେଉଛନ୍ତି ୮୦ ବର୍ଷରୁ ଅଧିକ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆଞ୍ଚଳିକ ନିର୍ଦେଶକ (ୟୁରୋପ) ଡ଼. ହାନ୍ସ କ୍ଲୁଙ୍ଗ ଏହା ସ୍ପଷ୍ଟ କରିଛନ୍ତି । ତେବେ କରୋନା ଆକ୍ରାନ୍ତ ହେବା ଓ ମୃତ୍ୟୁ କ୍ଷେତ୍ରରେ ବୟସ ସବୁକିଛି ନୁହେଁ, ଯେଉଁମାନେ ତ୍ରୁଟି କରିବେ ସେମାନେ କରୋନା ଆକ୍ରାନ୍ତ ହେବେ ବୋଲି ଡ଼ ହାନ୍ସ ସ୍ପଷ୍ଟ କରି ଦେଇଛନ୍ତି ।
ବିଦେଶୀ ସମ୍ବାଦ ସରବରାହ ସଂସ୍ଥା ଏ.ପି. ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର କୋପନହାଗେନ ଠାରେ ଅନ୍-ଲାଇନ୍ କନ୍ଫରେନ୍ସରେ ଯୋଗ ଦେଇ ଡ଼. ହାନ୍ସ କହିଛନ୍ତି ଯେ ବୟସ୍କ ବ୍ୟକ୍ତିମାନେ ଏଥିରେ ଅଧିକ ମୃତ୍ୟୁ ବରଣ କରୁଛନ୍ତି ଏହାର ଅର୍ଥ ନୁହେଁ ଯେ ଯୁବବର୍ଗ ଅଜେୟ । ସେମାନଙ୍କ ଜୀବନ ପ୍ରତି କରୋନା ବିପଦ ରହିଛି ବୋଲି ଡ଼. ହାନ୍ସ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ପରିସଂଖ୍ୟାନ ଅନୁସାରେ ୟୁରୋପରେ ୩୦ହଜାରରୁ ଊର୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଟାଲୀ, ଫ୍ରାନ୍ସ ଓ ସ୍ପେନ ଅଧିବାସୀ। ସେମାନଙ୍କ ମଧ୍ୟରୁ ୯୫% ମୃତକଙ୍କ ବୟସ ୬୦ରୁ ଅଧିକ । ୬୦ ବର୍ଷ ତଳକୁ ଆଉ ଯେଉଁ ୫% ମୃତ୍ୟୁବରଣ କରିଛନ୍ତି ସେମାନେ ହୁଏତ ପୂର୍ବରୁ କୌଣସି ଗୁରୁତର ରୋଗରେ ପୀଡ଼ିତ ଥିଲେ । ହାଇପରଟେନ୍ସନ, ରକ୍ତଚାପ, ହୃଦ୍ ସମସ୍ୟା ପୀଡ଼ିତ ଥିବାରୁ ସେମାନେ କରୋନା ଆକ୍ରମଣରୁ ନିଜକୁ ମୁକ୍ତ କରି ପାରି ନ ଥିଲେ । ତେବେ ସବୁଠାରୁ କୌତୂହଳର ବିଷୟ ହେଉଛି ଯେ କରୋନା ଆକ୍ରାନ୍ତ ହୋଇ ବିଭିନ୍ନ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବହୁ ଶତାୟୁ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଡ଼ା ହାନ୍ସ କ୍ଲୁଙ୍ଗ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମିଳିତ ଜାତିସଂଘ ସ୍ବାସ୍ଥ୍ୟ ଏଜେନ୍ସିର ତଥ୍ୟ ଅନୁସାରେ ୫୦ ବର୍ଷ ବୟସ ତଳକୁ ୧୦ରୁ ୧୫% ବ୍ୟକ୍ତିଙ୍କର ମଧ୍ୟମରୁ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଥାଏ । ସେମାନେ କରୋନା ପୀଡ଼ିତ ହେବାର ଆଶଙ୍କା ରହିଛି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories