www.samajalive.in
Wednesday, December 10, 2025
26.1 C
Bhubaneswar

ହାଇପାୱାର କମିଟି ସୁପାରିଶ ଅନୁଯାୟୀ ମଜୁରୀ ଦାବି ; ଏନ୍ଏଲସି ଲୋଇଲା ଖଣିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ରେଙ୍ଗାଲି :  ଖିଣ୍ଡା ପଞ୍ଚାୟତରେ ଥିବା ଏନ୍ଏଲସି କମ୍ପାନୀର ତଲାବିରା (୨ଏବଂ ୩) କୋଇଲା ଖଣିରେ କାର୍ଯ୍ୟରତ ଶ୍ରମିକ ମାନେ ଦୀର୍ଘ ଦିନ ହେଲା କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ହାଇପାୱାର କମିଟି କରିଥିବା ସୁପାରୀଶ ଅନୁସାରେ ବର୍ଦ୍ଧିତ ହାର ମଜୁରୀ, ବୋନସ, ଗ୍ରାଚ୍ୟୁଟି ଆଦି ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ଦାବି କରି ଆସୁଛନ୍ତି । ଏଥିପାଇଁ ବିଗତ ଦିନ ମାନଙ୍କରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ର ଆହ୍ୱାନ କ୍ରମେ ୮-୯ଥର ଆନ୍ଦୋଳନ କରାଯାଇଛି । ଗତ ୮ତାରିଖ ଦିନ ଶ୍ରମିକ ସଂଘ ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ନଭେମ୍ବର ୩୦ ସୁଦ୍ଧ ଦାବି ପୂରଣ କରାଯିବା ବୋଲି କମ୍ପାନୀ କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱ ଦାବି ପୂରଣ ହୋଇନାହିଁ । ପ୍ରତିଥର କମ୍ପାନୀ କର୍ତ୍ତୃପକ୍ଷ ଏଭଳି ଶ୍ରମିକ ମାନଙ୍କ ଦାବି ପୂରଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବାରୁ ବୁଧବାର ସକାଳ ୬ଟାରୁ ଶ୍ରମିକ ମାନେ ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ କରି ନିର୍ଣ୍ଣାୟକ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଶ୍ରମିକ ସଂଘର ସଭାପତି କିରଣ ବେହେରା ଏବଂ କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ ଶ୍ରମିକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକ ମାନଙ୍କୁ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଆଭିମୁଖ୍ୟର ତୀବ୍ର ନିନ୍ଦା କରି ଶ୍ରମିକ ମାନଙ୍କ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ଶ୍ରମିକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଆନ୍ଦୋଳନରତ ଶ୍ରମିକ ମାନଙ୍କୁ ବୁଝାସୁଝା କରି ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ଏନ୍ଏଲସି କମ୍ପାନୀର ବରିଷ୍ଠ ଅଧିକାରୀ ବିଜୟ କୁମାର, ସୁବ୍ରତ ବିଶ୍ୱାଳ ଅଦାନୀ କମ୍ପନୀର ଉପ-ସଭାପତି ପ୍ରସନ୍ନ କୁମାର ପଣ୍ଡା ଏକାଧିକଥର ଆଲୋଚନା କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନଥିବାର ଜଣାପଡିଛି । ଶ୍ରମିକ ମାନେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ପ୍ରତ୍ୟାହାର ହେବା ନାହିଁ ବୋଲି ନିଜ୍ ଜିଦ୍ ରେ ଅଟଳ ଥିବା କୁହାଯାଉଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories