www.samajalive.in
Wednesday, December 10, 2025
26.1 C
Bhubaneswar

ସଡକ ଦୁର୍ଘଟଣା : ଗଛରେ ପିଟି ହେଲା ହାଇୱା, ଡ୍ରାଇଭର ମୃତ

ରେଙ୍ଗାଲି :  ଗୁମଲୋଇ ଝରନପଡାର ଏକ କ୍ରସରରୁ ଚିପ୍ସ୍ ବୋଝେଇ ହାଇୱା କତରବଗା ଦେଇ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ଗୁଲାମାଳ ହରିଜନ ପଡା ପାଖରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲା । ଫଳରେ ହାଇୱା ରାସ୍ତା କଡରେ ଥିବା ଏକ ବର ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ହାଇୱା ଡ୍ରାଇଭର ଷ୍ଟିୟରିଂରେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାର ଦେଖିବାକୁ ମିଳିଛି । ସକାଳୁ ଏସଂକ୍ରାନ୍ତରେ ଖବର ପାଇଲା ପରେ କତରବଗା ପୁଳିସ ଘଟଣା ସ୍ଥଳରେ ପହଞ୍ଚି ରେଙ୍ଗାଲି ଅଗ୍ନିଶମ ବାହିନୀ ସହାୟତାରେ ଡ୍ରାଇଭରର ମୃତ ଦେହକୁ ଉଦ୍ଧାର କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ପ୍ରକାଶ । ମୃତ ଡ୍ରାଇଭର ନିମାଇଁ କୋରା ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଥାନା ଅଧିକାରୀ ପ୍ରତାପ କୁମାର ରଣା କହିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories