www.samajalive.in
Wednesday, December 10, 2025
18.1 C
Bhubaneswar

ଚିକିଟି କଲେଜ ପାଳିଲା ବିଶ୍ୱ ଏଡ଼ସ ଦିବସ

ଚିକିଟି : ସମଗ୍ର ବିଶ୍ୱରୁ ମହାମାରୀ ଏଡ଼ସ ସଂକ୍ରମଣକୁ ଦୁରୀଭୂତ କରବା ଉଦ୍ଦେଶ୍ୟରେ ଡିସେମ୍ବର ପହିଲାକୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରି ଆସୁଅଛି । ଏହି ଅବସରରେ ସ୍ଥାନୀୟ ଚିକିଟି ମହାବିଦ୍ୟାଳୟରେ ୟୁଥ ରେଡ଼କ୍ରସ ସୋସାଇଟି ଓ ରେଡ଼ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଙ୍କ ସଭାପତିତ୍ବରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡ଼ଃ ପଣ୍ଡା ଉଦଘାଟନ କରିବା ସହ ଏହି ଦୁରାରୋଗ୍ୟରୁ ସୁରକ୍ଷିତ ରହିବାର ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ବ୍ରହ୍ମପୁର ଏମକେସିଜିର ବରିଷ୍ଠ ଡାକ୍ତର ତଥା ସ୍ୱାସ୍ଥ୍ୟ ଓ ବିପରିବାର କଲ୍ୟାଣ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଗୌର ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏଡ଼ସ୍ ରୋଗରୁ ରକ୍ଷା ପାଇବାକୁ ହେଲେ ଜନସଚେତନତା ଜରୁରୀ ବୋଲି କହିଥିଲେ। ସଂଯୋଜକ ସନାତନ ଗଉଡ଼ ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ୟୁଥ ରେଡ଼ କ୍ରସ ସୋସାଇଟିର ପରାମର୍ଶଦାତା ଅଧ୍ୟାପକ ଶ୍ରୀ ଆଶୁତୋଷ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କାର୍ଯ୍ୟରତ କର୍ମଚାରୀ , ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories